ଭୁବନେଶ୍ଵର: ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ସାରା ଦେଶରେ ଜାନୁଆରୀ ମାସକୁ “ଜାତୀୟ ସଡ଼କ ସୁରକ୍ଷା ମାସ” ଭାବରେ ପାଳନ କରାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ‘ଜାତୀୟ ସଡ଼କ ସୁରକ୍ଷା ମାସ’ର ରାଜ୍ୟସ୍ତରୀୟ ଉତ୍ସବର ଶୁଭ ଉଦଘାଟନ କରିବେ।
ଏହି ଅବସରରେ ସାମୂହିକ ଶପଥପାଠ ଅନୁଷ୍ଠିତ ହେବ। ଏହାସହ ସଚେତନତା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଶ୍ରୀରାମ ମନ୍ଦିର ଯାଏଁ ଏକ ପଦଯାତ୍ରାର ଆୟୋଜନ କରାଯିବ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


