Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»100 ରେଳ ଅଧିକାରୀ ହେବେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍‌ଗୁଡ଼ିକୁ ଦିଆଯିବ ସିଲ୍
ଆଜିର ଖବର

100 ରେଳ ଅଧିକାରୀ ହେବେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍‌ଗୁଡ଼ିକୁ ଦିଆଯିବ ସିଲ୍

January 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
100 ରେଳ ଅଧିକାରୀ ହେବେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍‌ଗୁଡ଼ିକୁ ଦିଆଯିବ ସିଲ୍
100 ରେଳ ଅଧିକାରୀ ହେବେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍‌ଗୁଡ଼ିକୁ ଦିଆଯିବ ସିଲ୍

ନୂଆଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀ ଦ୍ୱାରକାସ୍ଥିତ ଯଶୋଭୂମି ଇଣ୍ଡିଆ ଇଣ୍ଟରନେସନାଲ କନଭେନ୍ସନ ଏକ୍ସପୋ ସେଣ୍ଟର୍‌ ଠାରେ 70ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର 2025 ପ୍ରଦାନ କରାଯିବ। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 100 ଜଣ ରେଳ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଉଲ୍ଲେଖନୀୟ ସେବା ଏବଂ ସଂଗଠନ ପ୍ରତି ଅସାଧାରଣ ଯୋଗଦାନ ନିମନ୍ତେ ପୁରସ୍କୃତ କରିବେ। ଏହି କାର୍ଯ୍ୟକ୍ରମରେ ରେଳ ରାଷ୍ଟ୍ର ମନ୍ତ୍ରୀ ଭି. ସୋମନ୍ନା, ରବନୀତ ସିଂ, ରେଳ ବୋର୍ଡ ସିଇଓ ସତୀଶ କୁମାରଙ୍କ ସମେତ ରେଳବାଇର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ।

ନବସୃଜନ, ପରିଚାଳନା ଦକ୍ଷତା, ସୁରକ୍ଷା, ନିରାପତ୍ତା, ରାଜସ୍ୱ ବୃଦ୍ଧି, ଠିକ୍‌ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅନ୍ୟାନ୍ୟ ଉଲ୍ଲେଖନୀୟ ସେବା ନିମନ୍ତେ ମୋଟ୍‌ 100 ଜଣଙ୍କୁ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର 2025 ପ୍ରଦାନ କରାଯିବ। ନବସୃଜନ କ୍ଷେତ୍ରରେ 17, ସାହସ ଓ ନିଃସ୍ୱାର୍ଥ ସେବା ପାଇଁ 22, ରାଜସ୍ୱ ବୃଦ୍ଧି ଓ ଦୁର୍ନୀତି ନିବାରଣ କ୍ଷେତ୍ରରେ 14, ପରିଚାଳନା ଦକ୍ଷତା ଏବଂ ସମ୍ପତ୍ତି ସୁରକ୍ଷା ପାଇଁ 19, ପ୍ରକଳ୍ପ ଶେଷ ପାଇଁ 16, ଅନ୍ୟାନ୍ୟ କ୍ଷେତ୍ରରେ 10 ଏବଂ କ୍ରୀଡ଼ା କ୍ଷେତ୍ରରେ 2 ଜଣ ରେଳ କର୍ମଚାରୀ ପୁରସ୍କାର ପାଇବେ। ବ୍ୟକ୍ତିଗତ ପୁରସ୍କାର ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ 26ଟି ରେଳ ଜୋନକୁ ସିଲ୍‌ ପ୍ରଦାନ କରାଯିବ। ମହାକୁମ୍ଭ, ଅପରେସନ ସିନ୍ଦୂର ଆଦି ସମୟରେ ଏବଂ ବାଲଷ୍ଟ କ୍ଲିନିଂ ମେସିନ୍‌ ପ୍ରଚଳନ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ଏହି ପୁରସ୍କାର କର୍ତ୍ତବ୍ୟପ୍ରତି ସମର୍ପଣ, ବୃତ୍ତିଗତ ମନୋଭାବ ଓ ଉଲ୍ଲେଖନୀୟ ସେବା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳନ କରିଥାଏ।

ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ଅଶ୍ୱିନୀ ବୈଷ୍ଣବ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026
Latest News

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.