Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର
ଆଜିର ଖବର

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାନସିକ ଅନଗ୍ରସର ବ୍ୟକ୍ତି
ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ଵର: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜାତୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥା (ଏନଆଇଇପିଆଇଡି) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ ) ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟରେ ମାନସିକ ଅନଗ୍ରସର ଥିବା ବ୍ୟକ୍ତିଙ୍କ ପାଇଁ ଶୀଘ୍ର ଚିହ୍ନଟ, ଶିକ୍ଷା, ଦକ୍ଷତା ବିକାଶ ଓ ସଚେତନତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଛି।

ଏହି ବୁଝାମଣାପତ୍ର ଅନୁଯାୟୀ, ବିଭାଗ ଅଧୀନସ୍ଥ ଗ୍ରାଣ୍ଟ-ଇନ୍-ଏଡ୍ ବିଶେଷ ବିଦ୍ୟାଳୟଗୁଡ଼ିକରେ ଏନଆଇଇପିଆଇଡି ଦ୍ୱାରା ବିକଶିତ ପାଠ୍ୟକ୍ରମ ଢାଞ୍ଚାକୁ କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ ମାନସିକ ଅନଗ୍ରସର ଥିବା ଶିଶୁମାନଙ୍କ ପାଇଁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ।

ଏହି ସହଯୋଗର ଅଂଶ ଭାବେ ତ୍ଵରିତ ଚିହ୍ନଟ ଓ ତୁରନ୍ତ ପଦକ୍ଷେପ, ବିଶେଷଜ୍ଞ ଶିକ୍ଷକ, ଦେଖାଶୁଣା କରିବା ବ୍ୟକ୍ତି ଓ ଆଗଧାଡିର କର୍ମୀମାନଙ୍କ ପାଇଁ ପ୍ରଶିକ୍ଷଣ, ଗବେଷଣା, ଡକ୍ୟୁମେଣ୍ଟେସନ୍ ଏବଂ ସାମାଜିକ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ।

ଏମଓୟୁର କାର୍ଯ୍ୟାନ୍ୱୟନ ଓ ପର୍ଯ୍ୟବେକ୍ଷଣ ପାଇଁ ଏସଏସଇପିଡି ଓ ଏନଆଇଇପିଆଇଡି ପ୍ରତିନିଧିମାନଙ୍କ ସହିତ ଏକ ଯୁଗ୍ମ ସମନ୍ୱୟ କମିଟି ଗଠନ କରାଯିବ। ଏହି ଏମଓୟୁ ୩ ବର୍ଷ ଯାଏଁ, ଅର୍ଥାତ୍ ୧୬ ଜାନୁଆରୀ ୨୦୨୬ ଠାରୁ ୧୫ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ବଳବତ୍ତ ରହିବ।

ଏହି ବୁଝାମଣା ରାଜ୍ୟରେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ସାମଗ୍ରିକ ବିକାଶ ଓ ସଶକ୍ତିକରଣ ଉଦ୍ୟମକୁ ନୂତନ ଦିଗ ପ୍ରଦାନ କରିବ। ଏହି ବୁଝାମଣାପତ୍ର ସ୍ଵାକ୍ଷର ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରଇତ ଏବଂ ଉପ-ଶାସନ ସଚିବ ସନ୍ନ୍ୟାସୀ କୁମାର ବେହେରା ଓ ବସନ୍ତ କୁମାର ବେହେରା ଏବଂ ଏନଆଇଇପିଆଇଡି ପକ୍ଷରୁ ଡ଼ ଗଣେଶ ଶେରଗାର୍ ଉପସ୍ଥିତ ଥିଲେ।

mentally challenged persons NIEPID Odisha Government signs MoU
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା

January 17, 2026

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026
Latest News

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026

ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା

January 17, 2026

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.