ବ୍ରହ୍ମପୁର: ଏକ ରଂଗାରଂଗ ପରିବେଷ ମଧ୍ୟରେ ଉଦଘାଟିତ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬।ରାଜ୍ୟପାଳ ଡ ହରିବାବୁ କୁମ୍ଭପାଟି ଏବଂ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି।
ଦୀର୍ଘ ବର୍ଷ ଧରି ଚାଲିଆସିଥିବା ଏହି ମହୋତ୍ସବ ହେଉଛି ଗଞ୍ଜାମ ମାଟିର କଳା,ଐତିହ୍ୟ,ସଂସ୍କୃତି ଓ ସାମାଜିକ ସଦଭାବନାର ପ୍ରତିଫଳନ। ଆମ ଓଡ଼ିଆ ସଂସ୍କୃତି, ପାରମ୍ପରିକତା ଓ ଲୋକକଳାର ଅଦ୍ଭୁତ ଝଲକ ଗଞ୍ଜାମ ସହର ପାଇଁ ସମଗ୍ର ବିଶ୍ଵରେ ବିରାଟ ଆକର୍ଷଣ ରହିଛି। ଗଞ୍ଜାମ ସହରକୁ ନୂଆ ରୂପ ଦେଇ ବିଶ୍ବର ବ୍ୟସ୍ତ ବହୁଳ ପର୍ୟ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରିବାରେ ଲାଗିଛି।
ଏହି ଉତ୍ସବରେ ବାଣିଜ୍ୟ ଓ ପରିବହନ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ୟ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚ଼ନ୍ଦ୍ର ନାୟକ, ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ନିତି ଶେଖର, ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି.,ଗଞ୍ଜାମ (ଛତ୍ରପୁର) ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।


