Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ କୃଷି ଗବେଷଣା ଓ ବିସ୍ତାରକୁ ସୁଦୃଢ଼ କରିବା ନିମିତ୍ତେ ଐତିହାସିକ ଏମଓୟୁ ସ୍ଵାକ୍ଷର
ବିଶେଷ ଖବର

ଓଡ଼ିଶାରେ କୃଷି ଗବେଷଣା ଓ ବିସ୍ତାରକୁ ସୁଦୃଢ଼ କରିବା ନିମିତ୍ତେ ଐତିହାସିକ ଏମଓୟୁ ସ୍ଵାକ୍ଷର

January 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ କୃଷି ଗବେଷଣା ଓ ବିସ୍ତାରକୁ ସୁଦୃଢ଼ କରିବା ନିମିତ୍ତେ ଐତିହାସିକ ଏମଓୟୁ ସ୍ଵାକ୍ଷର
ଓଡ଼ିଶାରେ କୃଷି ଗବେଷଣା ଓ ବିସ୍ତାରକୁ ସୁଦୃଢ଼ କରିବା ନିମିତ୍ତେ ଐତିହାସିକ ଏମଓୟୁ ସ୍ଵାକ୍ଷର

ଭୁବନେଶ୍ଵର: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିଉଓ) ଓ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓଉଏଟି) ମଧ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଗବେଷଣା, ନବୋନ୍ମେଷ ଓ ବିସ୍ତାର କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ୨୭ ଜାନୁଆରୀ ୨୦୨୬ ତାରିଖରେ ଏକ ଐତିହାସିକ ସମ୍ମତି ପତ୍ର (ଏମଓୟୁ) ସ୍ବାକ୍ଷର ଓ ଆଦାନ–ପ୍ରଦାନ କରାଯାଇଛି। ଏହି ଏମଓୟୁ ଭୁବନେଶ୍ୱରସ୍ଥିତ ଓୟୁଏଟିର କୁଳପତି ସମ୍ମେଳନ କକ୍ଷରେ ସମ୍ପନ୍ନ ହୋଇଥିଲା।

ସିୟୁର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଓ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଦୁଇ ବିଶ୍ୱବିଦ୍ୟାଳୟର ବରିଷ୍ଠ କର୍ତ୍ତୃପକ୍ଷ ଓ ଅଧ୍ୟାପକମାନଙ୍କ ଉପସ୍ଥିତିରେ ଏହି ସମ୍ମତି ପତ୍ରରେ ସ୍ବାକ୍ଷର କରିଥିଲେ। ସିୟୁଓ ପକ୍ଷରୁ କୃଷି ବିଭାଗ ମୁଖ୍ୟ ଡ଼. ମଞ୍ଜୁଶ୍ରୀ ସିଂହ, ଦୁଗ୍ଧ ବିଜ୍ଞାନ ବିଭାଗ ମୁଖ୍ୟ ଡ଼. ସଞ୍ଜୟ କୁମାର ପ୍ରଧାନ ଓ କୁଳପତିଙ୍କ ବିଶେଷ କାର୍ଯ୍ୟାଧିକାରୀ ଡ଼. ଅନୁପମ ଡାକୁଆ ଉପସ୍ଥିତ ଥିଲେ। ଓୟୁଏଟି ପକ୍ଷରୁ ଗବେଷଣା ନିର୍ଦ୍ଦେଶକ ଡ଼. ନିରଞ୍ଜନ ପାଣ୍ଡା ଓ ଯୋଜନା, ନିରୀକ୍ଷଣ ଓ ମୂଲ୍ୟାୟନ ନିର୍ଦ୍ଦେଶକ (ଡିପିଏମଇ) ଡ଼. ଶୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମତ ପ୍ରକାଶ କରି ପ୍ରଫେସର ଏନ୍‌. ସି. ପଣ୍ଡା କହିଥିଲେ ଯେ ଏହି ଏମଓୟୁ ଦୁଇଟି ପ୍ରମୁଖ ବିଶ୍ବବିଦ୍ୟାଳୟ ମଧ୍ୟରେ ଗୁଣାତ୍ମକ ଶିକ୍ଷା ଓ ବୈଜ୍ଞାନିକ ସହଯୋଗର ନୂତନ ଦିଗ ଖୋଲିବ। ଏହା ମାଧ୍ୟମରେ ଛାତ୍ର-ଛାତ୍ରୀ, ବୈଜ୍ଞାନିକ ଓ ଅଧ୍ୟାପକମାନଙ୍କ ଆଦାନ–ପ୍ରଦାନ ସହିତ କାର୍ଯ୍ୟପଦ୍ଧତି, ପ୍ରଯୁକ୍ତି, ବୈଜ୍ଞାନିକ ଲେଖା ଓ ସୂଚନାର ସାମୂହିକ ବ୍ୟବହାର ସମ୍ଭବ ହେବ ବୋଲି ସେ କହିଥିଲେ। ଏପରି କାର୍ଯ୍ୟକ୍ରମଗୁଡ଼ିକ କୃଷି ଓ ସହଯୋଗୀ ବିଷୟରେ ବୈଜ୍ଞାନିକ ଜ୍ଞାନ ଓ ପ୍ରାୟୋଗିକ କୌଶଳକୁ ବଢ଼ାଇବା ସହ ଦୀର୍ଘକାଳୀନ ଭାବେ କୃଷକମାନଙ୍କ ଆର୍ଥିକ ଉନ୍ନତି ଓ ରାଜ୍ୟର ଅର୍ଥନୈତିକ ବିକାଶରେ ଅବଦାନ ରଖିବ।

ଏହି ଏମଓୟୁ ଅନୁଯାୟୀ ଉପଲବ୍ଧତା ଆଧାରରେ ପ୍ରୟୋଗଶାଳା ସୁବିଧାର ସାମୂହିକ ବ୍ୟବହାର, ସଂଯୁକ୍ତ ଗବେଷଣା, ବିସ୍ତାର ଓ ଆଉଟ୍‌ରିଚ୍ କାର୍ଯ୍ୟକଳାପ ଚାଲୁ କରାଯିବ। ଆଞ୍ଚଳିକ ଓ ଜାତୀୟ କୃଷି ସମସ୍ୟା ସମାଧାନ ପାଇଁ ସଂଯୁକ୍ତ ଗବେଷଣା ପ୍ରକଳ୍ପ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିସ୍ତାର ପଦକ୍ଷେପ ଏହି ସହଯୋଗର ମୁଖ୍ୟ ଅଂଶ ହେବ।

ସମ୍ମତି ଅନୁସାରେ ସଂଯୁକ୍ତ ଭାବେ ପ୍ରସ୍ତୁତ କାର୍ଯ୍ୟ ପରିକଳ୍ପନା ମାଧ୍ୟମରେ ଏହି ସହଯୋଗ କାର୍ଯ୍ୟାନ୍ବିତ ହେବ, ଯେଉଁଥିରେ ପ୍ରତ୍ୟେକ କାର୍ଯ୍ୟକଳାପ ଓ ଦୁଇ ବିଶ୍ୱବିଦ୍ୟାଳୟର ଅବଦାନ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ।

ସିୟୁଓର ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ଯେ ଏହି ଏମଓୟୁ ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ଏବଂ ପାରସ୍ପରିକ ସହମତି ଓ କାର୍ଯ୍ୟଦକ୍ଷତା ଆଧାରରେ ଏହାକୁ ଆଗକୁ ବଢ଼ାଯାଇପାରିବ।

ଐତିହାସିକ ଏମଓୟୁ ସ୍ଵାକ୍ଷର ଓଉଏଟି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୃଷି ଗବେଷଣା କୋରାପୁଟ ଭୁବନେଶ୍ୱର ସିଉଓ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026
Latest News

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.