Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 
ବିଶେଷ ଖବର

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

February 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳା
ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ କେବଳ ଲାଭାର୍ଥୀ ନୁହନ୍ତି, ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର । ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳା କାର୍ଯ୍ୟକ୍ରମରେ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ପରିଦର୍ଶନ କରି ପରିଚାଳନା କମିଟିର ସଦସ୍ୟ ଓ ସାଧୁମାନଙ୍କ ସହିତ ଆଲୋଚନା କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର ସାମାଜିକ ଓ ଆଧ୍ୟାତ୍ମିକ ଚେତନାକୁ ଦିଗ୍‌ଦର୍ଶନ ଦେଇଥିବା ସନ୍ଥକବି ଭୀମ ଭୋଇଙ୍କ ସମ୍ମାନାର୍ଥେ ତାଙ୍କ ସମାଧି ପୀଠର ବ୍ୟାପକ ବିକାଶ କରାଯିବ । ଏଥି ନିମନ୍ତେ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ୬୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏଥିରେ ମାରୁଦାଗୋଚ୍ଛା ଠାରେ ୫୫୭ କୋଟି ଟଙ୍କାରେ ନଦୀଗର୍ଭ ଜଳାଶୟ ନିର୍ମାଣ, ୧୧.୨୩ କୋଟି ଟଙ୍କାରେ ସଂସ୍କୃତି ଭବନ ଠାରେ ଓପନ୍‌ ଏୟାର ଥିଏଟର ନିର୍ମାଣ, ୨୫.୨୮ କୋଟି ଟଙ୍କାରେ ଗାନ୍ଧୀ ଷ୍ଟାଡିଅମର ନବୀକରଣ, ୪.୨୩ କୋଟି ଟଙ୍କାରେ ବ୍ଲକ୍‌ ଛକ ଜଙ୍କସନ ରୋଡ୍‌ର ଉନ୍ନତି କରଣ କାର୍ଯ୍ୟ ରହିଛି ।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୭୬ କୋଟି ଟଙ୍କା ମୂଲ୍ୟର ୫୮ ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ୧୭୩ କୋଟି ଟଙ୍କା ବ୍ୟୟରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୦୩ କୋଟି ଟଙ୍କା ବ୍ୟୟରେ ୩୪ଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି । ଏସବୁ ପ୍ରକଳ୍ପ ଗୁଡ଼ିକ ସଡ଼କ, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁଭଦ୍ରା ଶକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ୧୮୪୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକ ଆହୁରି ମଜବୁତ୍ କରିବ, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ଓ ସେମାନଙ୍କର ଜୀବିକା ବୃଦ୍ଧି କରିବ ବୋଲି ସେ କହିଛନ୍ତି।

ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବିକାଶ ପ୍ରକ୍ରିୟାରେ ସବୁ ବର୍ଗର ଲୋକ ସାମିଲ ହେଉଛନ୍ତି । ଗରିବ, ଆଦିବାସୀ, ମହିଳା ଓ ଯୁବବର୍ଗ ସମସ୍ତଙ୍କର ସଶକ୍ତିକରଣ ହେଉଛି । ବିକାଶ ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ତାହା ଆମେ ସୁନିଶ୍ଚିତ କରୁଛୁ। ଗ୍ରାମାଞ୍ଚଳ ପାଇଁ ଆମେ ରାସ୍ତା, ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଗୃହ ସୁବିଧାକୁ ଉନ୍ନତ କରୁଛୁ।

ସହରାଞ୍ଚଳ ପାଇଁ ଆମେ ନାଗରିକ ସୁବିଧା ଓ ସାର୍ବଜନୀନ ସେବାକୁ ଉନ୍ନତ କରୁଛୁ । ସବୁ ଜିଲ୍ଲାରେ ଆମର ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି। ସୁବର୍ଣ୍ଣପୁର ଜିଲ୍ଲାରେ ୧୦୦୦ କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ କୃଷି, ହସ୍ତତନ୍ତ, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ସଦୁପଯୋଗ କରି ଜିଲ୍ଲାରେ ସ୍ଥାୟୀ ସମୃଦ୍ଧି ଆଣିବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ।

ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା କହିଥିଲେ ଯେ ଆମ ସରକାର ହେଉଛି, ଲୋକଙ୍କ ସରକାର। ଆମ ସରକାର ଆସିବାର ଏହି ଅଳ୍ପ ଦିନ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର କୃଷି, ଜଳସେଚନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ଅଛନ୍ତି ।

ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Mohan Majhi Subhdra Mela ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳା ସୁଭଦ୍ରା ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026
Latest News

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

February 1, 2026

ଫେବୃୟାରୀ ମାସରେ କଣ ରହିଛି ବଡ ପର୍ବପର୍ବାଣୀ, ମହାଶିବ ରାତ୍ରୀ କେବେ

February 1, 2026

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.