Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ
ଆଜିର ଖବର

ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

March 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ
ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

ବାର୍ସିଲୋନା: କୃତ୍ରିମ ବୁଦ୍ଧିମତ୍ତାର ଯୁଗ କେବଳ ଟେଲିକମ୍ କ୍ଷେତ୍ର ପାଇଁ ଏକ ପ୍ରଯୁକ୍ତି ଅପଗ୍ରେଡ୍ ନୁହେଁ, ବରଂ ଅର୍ଥନୀତି ଓ ବ୍ୟବସାୟ ମଡେଲ୍ ପାଇଁ ଏକ ପୁନଃର୍ବିନ୍ୟାସ ବା ରି-ସେଟ୍। ଜିଓ ପ୍ଲାଟଫର୍ମସ ଲିମିଟେଡର ଗ୍ରୁପ୍ ସିଇଓ ମାଥ୍ୟୁ ଓମେନ୍ ବାର୍ସିଲୋନାରେ ଅନୁଷ୍ଠିତ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସରେ ଉଦ୍ୱୋଧନ ଦେଇ କହିଛନ୍ତି ଯେ ବିଶ୍ୱ “ମିନିଟ୍ ଏବଂ ବାଇଟ୍ସ” ଠାରୁ ଆଗକୁ ବଢି “ଟୋକେନ୍ ଏବଂ ବୁଦ୍ଧିମତ୍ତା”ର ଏକ ନୂତନ ଅର୍ଥନୀତିରେ ପ୍ରବେଶ କରୁଛି।

ଓମେନଙ୍କ ଅନୁଯାୟୀ, ଶିଳ୍ପ ବା ଇଣ୍ଡଷ୍ଟ୍ରିଆଲ ଯୁଗ ଉତ୍ପାଦନ ଉପରେ ଆଧାରିତ ଥିଲା, ଇଣ୍ଟରନେଟ୍ ଯୁଗ ସଂଯୋଗ ଏବଂ କ୍ଲାଉଡ୍ ପ୍ରଦାନ କରିଥିଲା, କିନ୍ତୁ ଏଆଇ ଯୁଗ ଅର୍ଥନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ। ସେ କହିଛନ୍ତି ଯେ, “ଏହା ଏକ ଅପଗ୍ରେଡ୍ ଚକ୍ର ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ପୁନଃସେଟ୍ ବା ପୁନଃର୍ବିନ୍ୟାସ”। ବିଶ୍ୱ ସ୍ତରରେ ଏଆଇରେ ଟ୍ରିଲିୟନ ଡଲାର ନିବେଶ ଏହି ପରିବର୍ତ୍ତନର ଗୁରୁତ୍ୱକୁ ପ୍ରଦର୍ଶନ କରୁଛି।

କମ୍ପାନୀର ଧ୍ୟାନ ଉପରେ ସେ କହିଛନ୍ତି, “ଏହି ପରିବର୍ତ୍ତନ ଟେଲିକମ୍ ଶିଳ୍ପ ପାଇଁ ସବୁଠାରୁ ବଡ଼ ସୁଯୋଗ। ଜିଓ ନିଜକୁ କେବଳ ଏକ ନେଟୱାର୍କ ପ୍ରଦାନକାରୀ ଭାବରେ ନୁହେଁ, ବରଂ ଏକ ‘ଇଣ୍ଟେଲିଜେନ୍ସ ଗ୍ରୀଡ୍‌’ର ନିର୍ମାତା ଭାବରେ ଦେଖେ। ଟେଲିକମ କ୍ଷେତ୍ରରେ ମୁଦ୍ରା ମିନିଟ୍ ରୁ ବାଇଟ୍ ଏବଂ ବର୍ତ୍ତମାନ ଟୋକନ୍ କୁ ପରିବର୍ତ୍ତନ ହେଉଛି। ଆମେ କେବଳ ସବୁଠାରୁ ବଡ଼ ଟୋକନ୍ ପାଇପ୍ ନୁହେଁ, ବରଂ ସବୁଠାରୁ ବଡ଼ ଟୋକନ୍ ଜେନେରେଟର୍ ହେବାକୁ ଚାହୁଁଛୁ।”

ଉଲ୍ଲେଖନୀୟ ଯେ ଟେଲିକମ୍ ଶିଳ୍ପକୁ ମିନିଟ୍‌, ବାଇଟ୍ ଏବଂ ଟୋକନ୍ ମାଧ୍ୟମରେ ସଂକ୍ଷିପ୍ତରେ ପରିପ୍ରକାଶ କରାଯାଇପାରିବ । ପ୍ରାରମ୍ଭରେ, ଟେଲିକମ ରାଜସ୍ୱର ଆଧାର ଭଏସ୍ କଲିଂ ଥିଲା, ଯାହାକୁ ମିନିଟ୍ ରେ ମାପ କରାଯାଉଥିଲା । ତା\’ପରେ ଡାଟା ଆସିଥିଲା, ଯାହାକୁ ବାଇଟରେ ମାପ କରାଗଲା, ଅର୍ଥାତ୍‌, ଜଣେ ଗ୍ରାହକ କେତେ ବାଇଟ୍ ବ୍ୟବହାର କରୁଛନ୍ତି । ଭବିଷ୍ୟତରେ, ଏହା ଏଆଇ ଟୋକନ୍ ରେ ରୂପାନ୍ତରିତ ହୋଇଯିବ। ଏଥିରେ ଏଆଇ କମ୍ପ୍ୟୁଟେସନ, ମଡେଲ୍ ଅନୁମାନ (ଏଆଇର ଉତ୍ତର), ସ୍ୱୟଂଚାଳିତ ନିଷ୍ପତ୍ତି ଏବଂ ମେସିନ୍‌-ଟୁ-ମସିନ୍ ଯୋଗାଯୋଗ ବା ଇଣ୍ଟରଆକସନ ଭଳି ବୁଦ୍ଧିମାନ ସେବା ଅନ୍ତର୍ଭୁକ୍ତ ହେବ ।

ସେ ମନେ ପକାଇଥିଲେ ଯେ ଜିଓ ଭାରତରେ ଭଏସ୍ ସେବାକୁ ମାଗଣା କରିଥିଲା ଏବଂ ଡାଟା ମୂଲ୍ୟକୁ ପ୍ରତି ଜିବି ପିଛା ୯ ସେଣ୍ଟକୁ ହ୍ରାସ କରିଥିଲା, ଯାହା ୫୨.୫ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ପାଖରେ ଡିଜିଟାଲ୍ ସଂଯୋଗ ଉପଲବ୍ଧ କରିଥିଲା। ଏବେ ପରବର୍ତ୍ତୀ ଲକ୍ଷ୍ୟ ହେଉଛି “ସର୍ବନିମ୍ନ ମୂଲ୍ୟରେ ପ୍ରତି ଟୋକେନ୍ ପ୍ରତି ୱାଟ୍‌” ପ୍ରଦାନ କରିବା, ଅର୍ଥାତ୍ ସୁଲଭ ମୂଲ୍ୟରେ ବ୍ୟାପକ ସ୍ତରରେ ଇଣ୍ଟେଲିଜେନ୍ସ ବୁଦ୍ଧିମତ୍ତା ଭିତ୍ତିଭୂମି ନିର୍ମାଣ କରିବା।

“ଏଆଇ କମାଣ୍ଡ ଆର୍କିଟେକ୍ଚରାଲ୍ ଫ୍ରେମୱାର୍କ” ବିଷୟରେ ଉଲ୍ଲେଖ କରି ଓମେନ୍ କହିଥିଲେ ଯେ ଭବିଷ୍ୟତର ନେଟୱାର୍କ ଭିନ୍ନ ଭିନ୍ନ ଉପକରଣର ଏକ ସଂଗ୍ରହ ହେବ ନାହିଁ, ବରଂ ଏକ ଏକୀକୃତ, ସମନ୍ୱିତ ଆର୍କିଟେକଚର ହେବ। ଏଆଇ ଏବଂ ଟେଲିକମ୍ ଭିତ୍ତିଭୂମି ମିଳିତ ଭାବରେ ଏଭଳି ସିଷ୍ଟମ ବା ବ୍ୟବସ୍ଥା ପ୍ରସ୍ତୁତ କରିବେ ଯାହା ବାସ୍ତବ ସମୟରେ ଚିନ୍ତା କରିବ, ସମନ୍ୱୟ ରକ୍ଷା କରିବ ଏବଂ କାର୍ଯ୍ୟ କରିବ।

ଓମେନଙ୍କ କହିବା ଅନୁଯାୟୀ, ପ୍ରଯୁକ୍ତି ନେତୃତ୍ୱ ଏବେ ଅର୍ଥନୈତିକ ନେତୃତ୍ୱ ହୋଇଛି ଏବଂ ଏହା ଆଗାମୀ ଦିନରେ ଜାତୀୟ ସ୍ତରରେ ନେତୃତ୍ୱ ନିର୍ଣ୍ଣୟ କରିବ। ଶକ୍ତି, ପରିବହନ, ଅର୍ଥ ଫାଇନାନ୍ସ ଏବଂ ସୁରକ୍ଷା ଭଳି କ୍ଷେତ୍ରଗୁଡିକରେ ବୁଦ୍ଧିମତ୍ତା ସଂଯୋଜିତ କରିବା ଅତ୍ୟାବଶ୍ୟକ ହେବ ଏବଂ ଏହାର ମୂଳଭିତ୍ତି ଟେଲିକମ୍ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହେବ।

ଓମେନ୍ ସ୍ୱୀକାର କରିଥିଲେ ଯେ ଏଆଇ ନେଇଆସୁଥିବା ପରିବର୍ତ୍ତନ କିଛି ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିପାରେ, କିନ୍ତୁ ଏହାକୁ “ଆମ ଜୀବନର ସବୁଠାରୁ ବଡ଼ ସୁଯୋଗ” ବୋଲି ଅଭିହିତ କରି ସେ କହିଛନ୍ତି ଯେ ଏହି ପରିବର୍ତ୍ତନକୁ ଗ୍ରହଣ କରୁଥିବା ଅପରେଟରମାନେ ଭବିଷ୍ୟତର ଅର୍ଥନୀତିରେ ଅଗ୍ରଣୀ ରହିବେ।

ଜିଓ ପ୍ଲାଟଫର୍ମସ ସିଇଓ ତ୍ରିମ ବୁଦ୍ଧିମତ୍ତା ମାଥ୍ୟୁ ଓମେନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Latest News

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.