Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ
ଆଜିର ଖବର

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Students Shine at Tokyo World Financial Forum
Odisha Students Shine at Tokyo World Financial Forum

ଭୁବନେଶ୍ଵର: ଓଡ଼ିଶାର ଛାତ୍ରଛାତ୍ରୀମାନେ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ଅଧୀନରେ ନିଜର ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କରିଛନ୍ତି।

୭ଜଣ ଛାତ୍ରଛାତ୍ରୀ – ରେଭେନ୍ସା ବିଶ୍ୱ ବିଦ୍ୟାଳୟର ବି. ସିମ୍ରନ, ରାଜେଶ୍ୱରୀ ବେହେରା, ପୁଷ୍ପାଞ୍ଜଳି ବେହେରା, ମନୀଷା ଲେଙ୍କା, ସୌମ୍ୟ ରଞ୍ଜନ ବୈଥାଲୁ, ଉତ୍କଳ ବିଶ୍ୱବିଦ୍ୟାଳୟର ଶିବାଂଶୀ ନାୟକ, ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅର୍ନିବାଣ କର “ଟ୍ରାଞ୍ଚିଫି”- ଆଗାମୀ ଦିନର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୱାର୍କିଙ୍ଗ କ୍ୟାପିଟାଲ ପ୍ଲାଟଫର୍ମ” ପ୍ରକଳ୍ପକୁ ବୈଶ୍ବିକ ବିତ୍ତ ଫୋରମ୍ରେ ପ୍ରଦର୍ଶିତ କରିଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ନିଜର ଉଦ୍ୟୋଗ ପାଇଁ ଯେପରି ସହଜ ଓ ସୁବିଧାରେ ବ୍ୟାଙ୍କରୁ ଋଣ ନେଇପାରିବେ ଏବଂ ଏହି ବିତ୍ତୀୟ ପ୍ରକ୍ରିୟାକୁ ଯେପରି ଡ଼ିଜିଟାଇଜ କରାଯିବ, ତାହାକୁ ନେଇ ଛାତ୍ରଛାତ୍ରୀମାନେ ନିଜର ଫିନଟେକ୍ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ।

ଏହି ପ୍ରକଳ୍ପକୁ ଗ୍ଲୋବାଲ ଫାଇନାନ୍ସ ଓ ଟେକନୋଲୋଜି ନେଟୱାର୍କ ଏବଂ ଜାପାନର ଏମୟୁଏଫଜି ବ୍ୟାଙ୍କ ଲିମିଟେଡ଼ର ଅଧିକାରୀମାନେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଏହି ଅଭିନବ ପ୍ରୟାସ ପାଇଁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱ ବିଦ୍ୟାଳୟ – ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ଡ଼ିଜିଟାଲ ଫାଇନାନ୍ସ ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକନୋଲୋଜି ନେଟୱାର୍କର ମିଳିତ ସହାଭାଗିତରେ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗାମ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ଯେଉଁଥିରେ ୧୯୫ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ୟାପ୍ଷ୍ଟୋନ ପ୍ରକଳ୍ପ ଉପରେ କାମ କରିଥିଲେ। ସେଥି ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ୭ ଜଣିଆ ଛାତ୍ରଛାତ୍ରୀଙ୍କ ଏକ ଟିମ୍ ନିଜର ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ରେ ପ୍ରଦର୍ଶିତ କରିବା ପାଇଁ ଚୟନିତ ହୋଇଥିଲେ।

“ବିତ୍ତୀୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବ ସୃଜନ ଓ ନୂତନ ଉଦ୍ୟମର ବିକାଶ ପାଇଁ ଫିନଟେକ୍ ଓ ଇନସ୍ୟୁରଟେକ୍ ସାର୍ଟିଫିକେଟ ପ୍ରୋଗ୍ରାମ ସହାୟକ ହୋଇପାରିଛି ଏବଂ ଓଡ଼ିଶା ସରକାରଙ୍କ ଏହି ପ୍ରୟାସ ପାଇଁ ଅନ୍ତର୍ଜାତୀୟ ଫୋରମ୍ରେ ଆମ ପ୍ରକଳ୍ପକୁ ପ୍ରଦର୍ଶିତ କରିବା ପାଇଁ ଆମକୁ ସୁଯୋଗ ମିଳିପାରିଛି ” ବୋଲି ଛାତ୍ରଛାତ୍ରୀମାନେ ମତପ୍ରକାଶ କରିଛନ୍ତି।

Odisha Students Shine Tokyo World Financial Forum ଫିନଟେକ୍ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Latest News

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.