Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ
ଆଜିର ଖବର

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ
ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ଵର: ରାଜ୍ୟର ସମଗ୍ର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ଓଡିଶାର ନାଗରିକ ଭାବେ ବିଚାର କରୁନାହାନ୍ତି ଓ ଆର୍ଥିକ ମାନସିକ ଚାପ ପକେଇ ସେମାନକ ସଂସାରକୁ ରସାତଳକୁ ନେଇଯାଉଛନ୍ତି ବୋଲି ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ସରକାରଙ୍କ ଏଭଳି ଜନ ବିରୋଧୀ ଶୋଷଣ ଓ ଅହଂକାରକୁ ବିରୋଧ କରି ନ୍ୟାୟ ପାଇବା ଆଶାରେ ଆଜି ଠାରୁ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ବିଶାଳ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଛି। ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ସାରା ଓଡିଶାର ହଜାର ହଜାର କର୍ମଚାରୀଙ୍କ ପ୍ରତିବାଦରେ ଆଜି ଲୋୟର ପିଏମଜି ଫାଟି ପଡିଥିଲା।

ସମାଗତ ବିକ୍ଷୋଭକାରୀ କର୍ମଚାରୀଙ୍କୁ ଆହ୍ଵାନ ଦେଇ ମହାସଂଘର ନେତୃମଣ୍ଡଳୀ କହିଥିଲେ ଯେ, ବିଗତ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ କିଛି କିଛି ଦାବି ପର୍ଯ୍ୟାୟକ୍ରମେ ପୂରଣ କରିଥିଲେ ଓ ମୁଖ୍ୟ ଦାବି ଗୁଡିକ ସମାଧାନ ପାଇଁ ଏକ ଆଉଟସୋର୍ସିଙ୍ଗ ଆମ୍ବୁଡୁସମ୍ୟାନର ବ୍ୟବସ୍ଥା କରିଥିଲେ। କିନ୍ତୁ ବିଜେପି ସରକାର ଆସିଲା ପରେ ଦାବି ପୂରଣ ତ ଦୂରର କଥା ପ୍ରତିଦିନ ବ୍ୟାପକ ଛଟେଇ କରାଯାଉଛି ଓ ମାସ ମାସ ଧରି ଦରମା ଦିଆଯାଉନି।

ତିନି ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ଗତବର୍ଷ ମାର୍ଚ୍ଚ ୨୬,୨୭ ଓ ୨୮ ତାରିଖ ଆନ୍ଦୋଳନ କରା ଯାଇଥିଲା। ଗତବର୍ଷ ୨୭ ତାରିଖ ରାତି ୯ଟା ବେଳେ ଆନ୍ଦୋଳନ ସ୍ଥଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦୁଇଜଣ ବିଧାୟକ ମହୋଦୟ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଏକ କମିଟି ମାନ୍ୟବର ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି ବୋଲି ଘୋଷଣା କଲେ ଓ ୨୮ ତାରିଖରେ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରେଇଦେଲେ। ଆଇନ ମନ୍ତ୍ରୀ ଏକ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନର ପ୍ରତିଶୃତି ଦେଇଥିଲେ।

କିନ୍ତୁ ମାସେ ଯାଇ ବର୍ଷେ ହେଲା ମୁଖ୍ୟମନ୍ତ୍ରୀ ସମୟ ଦେଲେ ନାହିଁ କି ସମସ୍ୟାର ସମାଧାନ ପାଇଁ ସାମାନ୍ୟ ସୌଜନ୍ୟ ପ୍ରକାଶ କଲେ ନାହିଁ। ପୂର୍ବ ସରକାରରେ ଅମଲାରାଜ ଚାଲୁଥିଲା ବୋଲି ଅପପ୍ରଚାର କରୁଥିବା ବିରୋଧୀ ଦଳ ନିଜେ କ୍ଷମତାକୁ ଆସିବା ପରେ ଉଚ୍ଚ ପଦବୀରେ ଥିବା ଅମଲା ମାନଙ୍କ ଚକ୍ରବ୍ୟୁହ ରେ ଫସିଥିବା ସ୍ପଷ୍ଟ ହୋଇଯାଇଛି।

୨୪ ବର୍ଷ ମଧ୍ୟରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଯେଉଁ ଅତ୍ୟାଚାର ଓ ଶୋଷଣ ହୋଇ ନଥିଲା,ତାହା ଏବେ ଭୟଙ୍କର ଭାବେ କରାଯାଉଛି ବୋଲି ନେତୃ ମଣ୍ଡଳୀ ଅଭିଯୋଗ କରିଥିଲେ। ବହୁ ଆକୁଳ ଆବେଦନ ନିବେଦନ ପରେ ଯେତେବେଳେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଓ ସେମାନଙ୍କ ନ୍ୟାୟ ସଙ୍ଗତ ତିନି ଦଫା ଦାବି ପ୍ରତି ସରକାରଙ୍କ ମାନସିକତାର ପରିବର୍ତ୍ତନ ହେଉନାହିଁ ଏବଂ ଦାବି ପୂରଣ ନ କରି ପ୍ରତିଦିନ ଛଟେଇ, ଦରମା ବନ୍ଦ ଭଳି କୁତ୍ସିତ ବ୍ୟବସ୍ଥା ଜାରି ରହିଛି। ରାଜ୍ୟ ସରକାର ନିଜେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି କଥା ଘୋଷଣା କରିଥିଲେ ସୁଦ୍ଧା କାହିଁକି ଉକ୍ତ କମିଟି ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସମସ୍ୟା ସମାଧାନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଆଜିର ଏହି ଆନ୍ଦୋଳନ ସଭାରେ ମହାନଦୀ ବଞ୍ଚାଅ ସଂଗଠନର ସଭାପତି ସୁଦର୍ଶନ ଦାସ, ପ୍ରସନ୍ନ ବିସ୍ୱୋୟୀ, ଅଭିବାବକ ସଂଘର ଆବାହକ ବାସୁଦେବ ଭଟ, ବରିଷ୍ଠ ସାମ୍ବାଦିକ ସତିଶ ମିଶ୍ର ଯୋଗଦେଇ ଆମ ଦାବିର ସମର୍ଥନ ଜଣାଇଥିଲେ। ଆଜିର ଏହି ଆନ୍ଦୋଳନ ସଭାକୁ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଂଘର ଉପଦେଷ୍ଟା ତଥା କର୍ମଚାରୀ ନେତା ବିଜୟ କୁମାର ମଲ୍ଲ, ସଭାପତି, ସଞ୍ଜୟ ପଟ୍ଟନାୟକ, ମହାସଚିବ ହେମନ୍ତ ବସ୍ତିଆ, ଦୁଇ ଉପସଭାପତି ଗୌତମ ମହାରଣ୍ୟ,ପୂର୍ଣ୍ଣ ମିଶ୍ର,ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାସ, ଦୀପକ ପାଣି, ଦିବ୍ୟଲୋଚନ ସ୍ଵାଇଁ, ସଚିତ୍ର ଦାଶ, ତାପସ ମିଶ୍ର, ବାମଦେବ ସାହୁ, ଅଜିଜୁର ରହେମାନ, ବିଶ୍ଵଜିତ ନାଥ, ସନ୍ତୋଷ ସିଂହ,ଦୀପକ ମହାପାତ୍ର, ପ୍ରଭାଷ ଭଟ୍ଟ, ଆଶିଷ ଜଗଦେବ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ବିଭିନ୍ନ ଜିଲ୍ଲା ନେତୃତ୍ଵ ଓ କର୍ମକର୍ତ୍ତା ମାନେ ଆନ୍ଦୋଳନ ପରିଚାଳନା କରିଥିଲେ।

ଆଉଟସୋର୍ସିଙ୍ଗ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.