ଭୁବନେଶ୍ଵର: ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ ବର୍ଣ୍ଣାଡ ଲିଞ୍ଚ। ସାକ୍ଷାତ ସମୟରେ ଉଭୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଆଗାମୀ ଭବିଷ୍ୟତରେ ଓଡ଼ିଶା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଦିଗରେ ସହଭାଗିତା ନେଇ ମଧ୍ୟ ଉଭୟ ଆଲୋଚନା କରିଥିଲେ। ପାରାଦୀପ ବନ୍ଦର କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ଶୀର୍ଷ ସ୍ଥାନ ଅଧିକାର କରି ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବା ନେଇ ଅଷ୍ଟ୍ରେଲିଆର କନସୁଲ ଜେନେରାଲ ଉଚ୍ଚ ପ୍ରଶଂସା କରିଛନ୍ତି।
ଆଗାମୀ ଦିନରେ ଏହି କ୍ଷେତ୍ରରେ ଓଡିଶା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗ ଆହୁରି ସୁଦୃଢ ହେବ ବୋଲି ଅଷ୍ଟ୍ରେଲିଆର କନସୁଲ ଜେନେରାଲ ଆଶା ପ୍ରକାଶ କରିଛନ୍ତି।


