Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ
ଆଜିର ଖବର

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ
ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

ଭୁବନେଶ୍ୱର: ଦେଶର ୪୦ ପ୍ରତିଶତ ବ୍ୟକ୍ତି ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ବେଳେ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଉ ନଥିବାରୁ ସେମାନଙ୍କ ଚିକିତ୍ସା ସମ୍ଭବପର ହେଉ ନାହିଁ। ଏଥି ସହିତ ଏହି ରୋଗକୁ ଏକ ସାମାଜିକ କଳଙ୍କ ବୋଲି ଅନେକ ଭ୍ରାନ୍ତ ଧାରଣା ରହିଥିବାରୁ ପୀଡ଼ିତ ବ୍ୟକ୍ତି ଚିକିତ୍ସା ପାଇଁ ଆଗଭର ହେଉ ନାହାଁନ୍ତି। ତେବେ ଉପଯୁକ୍ତ ଚିକିତ୍ସା ଦ୍ୱାରା ଯକ୍ଷ୍ମା ନିରାକରଣ ହୋଇପାରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ)ର ପିଜି ଡିପାର୍ଟମେଂଟ ଅଫ୍ ପଲ୍‌ମୋନାରି ମେଡିସିନ୍ ବିଭାଗ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସିଏମଇରେ ଶନିବାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପଲମୋନାରୀ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଦର୍ଶନ ପୋଥାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଯଦିଓ ଆମ ସମାଜରେ ଆଜି ବି ଏହାକୁ ଏକ ସାମାଜିକ କଳଙ୍କ ଭାବେ ବିବେଚନା କରାଯାଉଛି ତେବେ ଏହାର ଲକ୍ଷଣକୁ ନ ଲୁଚାଇ ଉପଯୁକ୍ତ ଚିକିତ୍ସା କରାଇବା ସହ ଔଷଧ ସେବନ କଲେ ରୋଗୀଟି ଆରୋଗ୍ୟ ଲାଭ କରିପାରିବ। ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସାମାଜିକ ସ୍ତରରେ ସଚେତନତାର ଆବଶ୍ୟକତା ରହିଥିବା ସେ କହିଥିଲେ।

ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗର ଚିହ୍ନଟ ସହିତ ସେମାନଙ୍କୁ କିପରି ସଠିକ୍ ଭାବରେ ଚିକିତ୍ସା ପ୍ରଦାନ କରାଯାଇପାରିବ ସେଥି ନିମନ୍ତେ ସମ ହସ୍ପିଟାଲରେ ଖୁବ ଶୀଘ୍ର ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର୍ଡ଼ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ। ଏଥି ସହିତ ଟିବିକୁ ରୋକିବା ନିମନ୍ତେ କେବଳ ଡାକ୍ତର ନୁହଁନ୍ତି ବରଂ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ଜରୁରୀ ବୋଲି ସେ କହିଥିଲେ।

୨୦୩୬ ସୁଦ୍ଧା ସାରା ବିଶ୍ୱକୁ କିପରି ଟିବି ମୁକ୍ତ କରାଯାଇ ପାରିବ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳ୍ୟୁଏଚ୍‌ଓ)ର ମୂଳ ଲକ୍ଷ୍ୟ ରହିଛି। ନ୍ୟାସ୍‌ନାଲ୍ ଟିବି ଇରାଡିକେସନ୍ ପ୍ରୋଗ୍ରାମ୍ ମାଧ୍ୟମରେ ବିଭିନ୍ନ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଟ୍ୟୁବରକ୍ୟୁଲୋସିସ୍ (ଟିବି) ଏବଂ ଏକ୍ସଟ୍ରା ପଲମୋନାରୀ ଟ୍ୟୁବରକ୍ୟୁଲୋସିସ୍‌(ଟିବି) ରୋଗର ଲକ୍ଷଣ ଓ ଚିହ୍ନଟ ଉପାୟ ଜାଣି ସଠିକ୍ ସମୟରେ ରୋଗୀର ଉପଯୁକ୍ତ ଚିକିତ୍ସା କରାଯାଇପାରିବ ବୋଲି ସେ କହିଥିଲେ।

ଚଳିତ ବର୍ଷର ଥିମ୍ ‘ୟେସ ! ୱି କ୍ୟାନ୍ ଏଣ୍ଡ ଟିବି: ‘ଲିଡ୍ ବାଏ କନ୍‌ଟ୍ରିଜ୍ , ପାୱାଡ୍‌ର୍ ବାଏ ପିପଲ’ର ମୂଳ ଉଦ୍ଦେଶ୍ୟ ବିଷୟରେ ସେ ବ୍ୟାଖ୍ୟା କରିଥିଲେ।

ସେହିପରି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମ ଓ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ। ସାରା ଓଡିଶାରେ ସମ୍ ହସ୍ପିଟାଲ୍‌କୁ ଆସୁଥିବା ଟିବି ରୋଗୀ ଅଧିକ ମାତ୍ରାରେ ଉପଯୁକ୍ତ ଚିକିତ୍ସା ଲାଭ କରି ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ବୋଲି ସେ କହିଥିଲେ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

ମୁଖ୍ୟବକ୍ତା ଡାକ୍ତର ପୋଥାଳ ଟିବି ଓ ଲାଟେନ୍‌ଟ ଟିବି କିଭଳି ଜଣେ ରୋଗୀ ପାଇଁ କ୍ଷତିକାରକ ତାହା ବର୍ଣ୍ଣନା କରିବା ସହ ଏହାର ନିରାକରଣ କରିବା ନିମନ୍ତେ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ ଅଫ୍ ପଲ୍‌ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ବନାନୀ ଜେନା ଯକ୍ଷ୍ମା ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ମତ ଦେଇଥିଲେ। ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ସମ୍ ହସ୍ପିଟାଲରେ ସର୍ବାଧିକ ଟିବି ରୋଗୀଙ୍କର ଚିକିତ୍ସା କରାଯାଉଥିବା ପ୍ରଫେସର ଜେନା ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଷ୍ଟେଟ ଟିବି ଅଫିସର ଡାକ୍ତର ଅର୍ଘ୍ୟ ପ୍ରଧାନ, ହସ୍ପିଟାଲ୍‌ର ସମସ୍ତ ବିଭାଗର ଡାକ୍ତର, ନର୍ସ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ। ପଲ୍‌ମୋନାରୀ ମେଡିସନ୍ ବିଭାଗର ପ୍ରଫେସର (ଡାକ୍ତର) ରାଖି ଲୁଦାମ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରତୀମ୍ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯିବା ସହିତ ଏଥିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ମାର୍ଚ୍ଚ ୨୪ ତାରିଖ ଦିନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ଏକ ମେଗା ସଚେତନତା ରାଲିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ରାଲିରେ ପଲ୍‌ମୋନାରୀ ମେଡିସନ୍ ବିଭାଗର ସମସ୍ତ ଫ୍ୟାକଲ୍ଟି, ପିଜି, ନର୍ସିଂ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ଯକ୍ଷ୍ମା ରୋଗ ସଚେତନତା କାର୍ଯ୍ୟକ୍ରମ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026
Latest News

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.