ଭୁବନେଶ୍ଵର: ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ସାଂସଦ ଶ୍ରୀ ଦୁବେଙ୍କ ବୟାନ ସରକାରଙ୍କ ନଜରକୁ ଆସିଛି। ଏହା ତାଙ୍କର ବ୍ୟକ୍ତିଗତ ମତ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଏହା ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି। ବିଜୁ ପଟ୍ଟନାୟକଙ୍କ ପ୍ରତି ସମସ୍ତଙ୍କର ଯଥେଷ୍ଟ ସମ୍ମାନ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।


