Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା
ଆଜିର ଖବର

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା
ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆଦିଲ୍ଲୀ ସ୍ଥିତ ନିଜର ସରକାରୀ ବାସଭବନରେ ସ୍ୱ-ଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି। ଏହା ସହ  ସେ ଜନଗଣନା- ୨୦୨୭ର ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ବିର୍ଲା କହିଛନ୍ତି ଯେ, ଜାତୀୟ ଜନଗଣନା ପ୍ରଶାସନିକ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରୁଛି। ଭାରତର ଇତିହାସରେ ପ୍ରଥମ ଥର ପାଇଁ ସମଗ୍ର ଜନଗଣନା ପ୍ରକ୍ରିୟା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରିଚାଳିତ ହେଉଛି ବୋଲି କହିବା ସହ ଏହି ପ୍ରକ୍ରିୟା ପ୍ରତ୍ୟେକ ନାଗରିକଙ୍କୁ ନିଜର ପରିବାର ବିବରଣୀ ବ୍ୟକ୍ତିଗତ ଭାବେ ଲିପିବଦ୍ଧ କରିବା ପାଇଁ ସୁବିଧା ଓ ଅଧିକାର ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଏହା ଏକ “ଅତ୍ୟନ୍ତ ସୁରକ୍ଷିତ, ସଠିକ୍ ଏବଂ ସହଜ” ପ୍ରକ୍ରିୟା ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ବିର୍ଲା।

ଶ୍ରୀ ବିର୍ଲା ଆହୁରି କହିଛନ୍ତି ଯେ, ଡିଜିଟାଲ୍ ଗଣନାକୁ ଏହି ରୂପାନ୍ତରଣ ଭାରତର ବୈଷୟିକ ପ୍ରଗତିର ଏକ ପ୍ରମାଣ, ଯାହା ଜାତୀୟ ତଥ୍ୟକୁ ଅଧିକ ସଠିକ୍ କରିବା ସହ ବାସ୍ତବ ସ୍ଥିତିକୁ ପ୍ରତିଫଳିତ କରିବ।

‘ଜନ ଗଣନାରୁ ଜନ କଲ୍ୟାଣ’ର ବିଚରଧାରାକୁ ଦୋହରାଇ ବାଚସ୍ପତି ସମସ୍ତ ନାଗରିକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସେମାନେ ନିଜର ବିବରଣୀ ଲିପିବଦ୍ଧ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି, ଯାହାଫଳରେ ଏକ ‘ସଶକ୍ତ ଏବଂ ସମୃଦ୍ଧ ଭାରତ’ର ମୂଳଦୁଆ ପଡ଼ିପାରିବ।

ସ୍ୱ-ଗଣନା ପ୍ରକ୍ରିୟା ସମୟରେ ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ଶ୍ରୀ ମୃତ୍ୟୁଞ୍ଜୟ କୁମାର ନାରାୟଣ ପଞ୍ଜୀକରଣ କାର୍ଯ୍ୟରେ ସହାୟତା ପାଇଁ ଉପସ୍ଥିତ ଥିଲେ।

ଜନଗଣନା–୨୦୨୭ ଡିଜିଟାଲ୍ ସ୍ୱ-ଗଣନା ଲୋକସଭା ବାଚସ୍ପତି
Share. Facebook Twitter LinkedIn Email WhatsApp Copy Link

Related Posts

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ଗଞ୍ଜାମ ଓକିଲ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

April 4, 2026
Latest News

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ଗଞ୍ଜାମ ଓକିଲ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.