Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର
ବିଶେଷ ଖବର

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର
ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

ଭୁବନେଶ୍ୱର‌: ଓଡ଼ିଶାରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ, ଡିଜେଲ୍‌ ଏବଂ ଏଲପିଜି ମହଜୁଦ ରହିଛି। ଭୟଭୀତ କିମ୍ବା ଆଶଙ୍କାଗ୍ରସ୍ତ ହୋଇ କିଣାକିଣି କରିବାର କୌଣସି ଆବଶ୍ୟକତା ନାହିଁ। ଆଜି ଭୁବନେଶ୍ୱରରେ ଇଣ୍ଡିଆନ୍‌ ଅଏଲ୍‌ ଏବଂ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ, (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆଶ୍ୱାସନା ଦିଆଯାଇଛି ।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (ଆଇଓସିଏଲ)ର ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶା ମୁଖ୍ୟ ତଥା ତୈଳ ଉଦ୍ୟୋଗଗୁଡ଼ିକର ରାଜ୍ୟସ୍ତରୀୟ ସଂଯୋଜକ କମଲ୍‌ ଶିଲ୍‌ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ରାଜ୍ୟରେ ଇନ୍ଧନ ଉପଲବ୍ଧତା ଓ ୫ କିଗ୍ରା ଏଲପିଜି ସିଲିଣ୍ଡର ସଂକ୍ରାନ୍ତରେ ରହିଥିବା ଭୁଲ୍‌ ଧାରଣା ସମ୍ପର୍କରେ ସେ ସ୍ପଷ୍ଟୀକରଣ ରଖିଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ତୈଳ ଓ ଗ୍ୟାସ ଯୋଗାଣ ସ୍ଥିର ଓ ସ୍ୱାଭାବିକ ରହିଛି। ରାଜ୍ୟ ସରକାର, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ତୈଳ ବିପଣନ କମ୍ପାନୀ (ଓଏମସି)ଗୁଡ଼ିକ ପାରସ୍ପରିକ ସମନ୍ୱୟ ମାଧ୍ୟମରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଯୋଗାଣକୁ ସୁବ୍ୟବସ୍ଥିତ କରିବାକୁ ପଦକ୍ଷେପ ନେଉଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କମଲ ଶୀଲ୍‌ ଗୁରୁତ୍ୱାରୋପ କରି କହିଥିଲେ ଯେ ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ର ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି ।  ଏସବୁ ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ଅଛି। କୌଣସି ଏଲପିଜି ବିତରକଙ୍କ ପାଖରେ କୌଣସି ଗ୍ୟାସ ଅଭାବ ନାହିଁ ବୋଲି ପୁନର୍ବାର ଆଶ୍ୱାସନା ଦିଆଯାଇଛି । ସାମଗ୍ରିକ ଇନ୍ଧନ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଏଲପିଜି, ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ ବୋଲି ଜନସାଧାରଣଙ୍କୁ ବାର୍ତ୍ତା ଦିଆଯାଇଛି । ଘରୋଇ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ସ୍ଥିର ରହିଛି । ବାଣିଜ୍ୟିକ ଗ୍ୟାସ ଯୋଗାଣ ମଧ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ବର୍ତ୍ତମାନ ୭୦% ଉପଲବ୍ଧତା ହାସଲ ହୋଇସାରିଛି। ହସ୍ପିଟାଲ, ସ୍କୁଲ, ଛାତ୍ରାବାସ, ଅଙ୍ଗନୱାଡି ଏବଂ ଆହାର କେନ୍ଦ୍ର ଆଦି ଅତ୍ୟାବଶ୍ୟକ ପ୍ରତିଷ୍ଠାନ ପାଇଁ ଯୋଗାଣକୁ ପ୍ରାଥମିକତା ଦିଆଯାଉଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ହୋଟେଲ ସଂଘ ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସହିତ ସମନ୍ୱୟ ସ୍ଥାପନ କରି ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକୁ ସେମାନଙ୍କ ହାରାହାରି ବ୍ୟବହାରର ୨୦% ରେ ବାଣିଜ୍ୟିକ ଏଲପିଜି ଯୋଗାଣ କରାଯାଉଛି।

ଶ୍ରୀ କମଲ ଶୀଲ୍‌ ଆହୁରି କହିଥିଲେ, ରାଜ୍ୟର ସହରାଞ୍ଚଳରେ ପାଇପ୍‌ଡ୍‌ ନେଚୁରାଲ୍‌ ଗ୍ୟାସ୍‌ (ପିଏନଜି) ସଂଯୋଗ ନେବାକୁ ଉପଭୋକ୍ତାମାନଙ୍କୁ ଉତ୍ସାହିତ କରାଯାଉଛି । ସହରାଞ୍ଚଳରେ ପିଏନଜି ସଂଯୋଗ ଅଧିକ ସୁବିଧାଜନକ, ସୁରକ୍ଷିତ ଏବଂ ଅପେକ୍ଷାକୃତ ଶସ୍ତା ହୋଇଥିବା କାରଣରୁ ଉପଭୋକ୍ତାଙ୍କ ରୋଷେଇ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଏହା ମଧ୍ୟ ଯୋଗାଣ ଶୃଙ୍ଖଳ ଉପରେ ଚାପ କମାଇବ। ବର୍ତ୍ତମାନ ପିଏନଜି ସଂଯୋଗ ପ୍ରକ୍ରିୟାକୁ  ଅଧିକ ସହଜ ଓ ଦ୍ରୁତ ମଧ୍ୟ କରାଯାଇଛି ବୋଲି ସେ କହିଥିଲେ।

ଯେକୌଣସି ପ୍ରକାରର ବାଟମାରଣାକୁ ରୋକିବା ପାଇଁ ସାରା ଓଡ଼ିଶାରେ ଡିଜିଟାଲ୍ ଅନଲାଇନ୍ ବୁକିଂକୁ ଦୃଢ଼ ଭାବରେ ଉତ୍ସାହିତ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ କରିବା ପାଇଁ, ଠିକଣା ପ୍ରମାଣପତ୍ର ବିନା ପରିଚୟ ପତ୍ର ଦେଇ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ସକ୍ରିୟ ଭାବରେ ଯୋଗାଣ କରାଯାଉଛି। ତେବେ, ଇ-କେୱାଇସି ମାଧ୍ୟମରେ ଘରୋଇ ସଂଯୋଗ ସୁବିଧା କରାଯାଉଛି। ତୈଳ କମ୍ପାନୀଗୁଡ଼ିକ ଏକ ସୁଗମ ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ସଂକଳ୍ପବଦ୍ଧ ରହିଥିବା ଆଇଓସିଏଲର ମୁଖ୍ୟ ମହାପ୍ରବନ୍ଧକ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଏଚପିସିଏଲ, ଭାରତ ପେଟ୍ରୋଲିୟମ, ଗେଲ୍‌ ଇଣ୍ଡିଆ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅନ୍ୟ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାର ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଓ ନିର୍ଦ୍ଦେଶକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ପଶ୍ଚିମ ଏସିଆ ସଂକଟ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାରପ୍ରସାରକୁ ରୋକିବା ଲାଗି ଆଲୋଚନା ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ବୈଠକରେ ମିଥ୍ୟା ଖବର ଏବଂ ଅପପ୍ରଚାରକୁ ପ୍ରତିହତ କରିବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ତଥା ଜନସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହିତ ପେଟ୍ରୋଲ, ଡିଜେଲ୍‌ ଏବଂ ଏଲପିଜି ଯୋଗାଣ ପାଇଁ ରାଜ୍ୟସ୍ତରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ, ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଇନ୍ଧନ ଏଲପିଜି ଡିଜେଲ୍‌ ପେଟ୍ରୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.