ସୋର: ଏନ୍ଏଚ୍ ୧୬ ସିମୁଳିଆ କୁଣିଆରି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିବାହ କାର୍ଯ୍ୟ ସାରି ଭଦ୍ରକ ଫେରୁଥିବାବେଳେ ଭ୍ୟାନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭ୍ୟାନ୍ଟି ଗଛକୁ ଧକ୍କା ଦେବା ପରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ଜଣ ଆହତ ହୋଇଛନ୍ତି । କିଛି ଆହତଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି ।


