ପୁରୀ: ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥା ବଦଳିବ । ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ସ୍ଲଟ୍ ବୁକିଂ ଦର୍ଶନ ବ୍ୟବସ୍ଥା । ଧାଡ଼ି ଯନ୍ତ୍ରଣାରୁ ଖୁବ୍ ଶୀଘ୍ର ମୁକ୍ତି ମିଳିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ସରକାର ନୂଆ ଦର୍ଶନ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ସ୍ଲଟ୍ ବୁକିଂ ଜରିଆରେ ଦର୍ଶନାର୍ଥୀମାନେ ନିଜ ଇଚ୍ଛାରେ ସ୍ଲଟ୍ ବୁକିଂ କରି ଜଗାକୁ ଦର୍ଶନ କରିପାରିବେ । ଏହି ନୂତନ ପ୍ରଣାଳୀ ଅନୁଯାୟୀ, ଭକ୍ତମାନେ ଆଗୁଆ ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ ସମୟରେ ଦର୍ଶନ କରିପାରିବେ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ୍ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ମ୍ୟାନେଜିଂ କମିଟି ସହିତ ଆଲୋଚନା ପରେ ସ୍ଲଟ୍ ବୁକିଂ ବ୍ୟବସ୍ଥାକୁ ନେଇ ନିଷ୍ପତ୍ତି ନିଆଯିବ ।


