ଭୁବନେଶ୍ଵର: ଆଜି ସ୍କୁଲ ଛୁଟି ଘୋଷଣା କରିପାରେ ଗଣଶିକ୍ଷା ବିଭାଗ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି 18ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ । ତେବେ ଏସଆରସିଙ୍କ ବୈଠକ ପରେ ଛୁଟି ଘୋଷଣା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଗତକାଲି ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟରେ କ୍ରମାଗତ ଭାବରେ ତାପମାତ୍ରା ବଢୁଛି । ଏପରିକି ଗତକାଲି ସାରା ଦେଶରେ ଝାରସୁଗୁଡା ଜିଲ୍ଲା ତାପମାତ୍ରାରେ ରେକର୍ଡ ଭାଙ୍ଗିଥିଲା ।


