- ବୌଦ୍ଧ: ବୌଦ୍ଧରୁ ବରଯାତ୍ରୀ ସାରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଘର୍ଟଣାରେ ୧୫ଜଣ ଆହତ ହୋଇଛନ୍ତି। ବରଗଡ଼ କମଗାଁ ଅଞ୍ଚଳରୁ ବରଯାତ୍ରୀ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ। ଆହତ ୩ ଜଣଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ୧୨ ଜଣଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


