Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»“ସୁନାର କେନ୍ଦୁଝର” ପାଇଁ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

“ସୁନାର କେନ୍ଦୁଝର” ପାଇଁ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ

April 28, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍ ରେ  ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଚ୍ଚବାଲି, କେନ୍ଦୁଝର ପାଇଁ ସବ ଷ୍ଟେସନ ସମେତ ୫ ଟି ନୂଆ ଟ୍ରାନ୍ସମିଶନ ଲାଇନ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ । ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରକଳ୍ପର ବିଭିନ୍ନ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ ସମଗ୍ର ଅଞ୍ଚଳକୁ ଏକ ସୁଦୃଢ଼ ନେଟୱର୍କରେ ଯୋଡ଼ିବା ନେଇ ସେ ଦର୍ଶାଇଛନ୍ତି ଯେ, ୪୦୦ କେଭି LILO ଲାଇନ ସହିତ TTPS-ଯୋଡ଼ା ଓ ତୁରୁମୁଙ୍ଗା-ରାଇରଙ୍ଗପୁର ଲାଇନ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗୀକରଣ କରାଯିବ। ଏହା ଦ୍ୱାରା ଶିଳ୍ପ ଓ ଘରୋଇ ଚାହିଦା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯାଇପାରିବ।
ବିଦ୍ୟୁତ୍ ବିଭ୍ରାଟକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବଡ଼ବିଲ ଓ ପଲାଶପଙ୍ଗା ଗ୍ରୀଡ୍ର ଉନ୍ନତିକରଣ ଆମର ପ୍ରାଥମିକତା। ଆମେ Hotline Maintenance ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛୁ, ଯାହାଦ୍ୱାରା ତାରରେ ବିଦ୍ୟୁତ୍ ପ୍ରବାହିତ ହେଉଥିବା ସମୟରେ ମଧ୍ୟ ମରାମତି କାମ କରାଯାଇପାରିବ। ଏଣିକି ମରାମତି ପାଇଁ ଆଉ ବିଦ୍ୟୁତ୍ କାଟ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ।”
ରାଜ୍ୟର ବିଦ୍ୟୁତ୍ ପରିଚାଳନା ପ୍ରଣାଳୀକୁ ସ୍ମାର୍ଟ କରିବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, “ଆମେ ଓଡ଼ିଶାକୁ ଡିଜିଟାଲାଇଜେସନ ଦିଗରେ ଆଗେଇ ନେଉଛୁ। ମଞ୍ଚେଶ୍ୱରଠାରେ ନିର୍ମିତ ନୂତନ State Load Despatch Centre (SLDC) ରାଜ୍ୟର ବିଦ୍ୟୁତ୍ ପରିଚାଳନା ପାଇଁ ‘ହାର୍ଟ’ ସଦୃଶ କାର୍ଯ୍ୟ କରିବ। ଏହାସହ STAMS ପ୍ରକଳ୍ପ ଜରିଆରେ ୭୦ଟି ଗ୍ରୀଡ୍କୁ ରିମୋଟ୍ ମାଧ୍ୟମରେ ପରିଚାଳନା କରାଯାଇ ତ୍ରୁଟିଗୁଡ଼ିକର ତୁରନ୍ତ ସମାଧାନ କରାଯିବ।
ଏହି ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକ କେନ୍ଦୁଝର ଜିଲ୍ଲାର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ଭବିଷ୍ୟତ ବିଦ୍ୟୁତ୍ ପରିବହନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ରାଜ୍ୟର ଶକ୍ତି ଭିତ୍ତିଭୂମି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଥିବାବେଳେ ଆଜି ତାହା ୧ କୋଟିରେ ପହଞ୍ଚିଛି । ଏହି ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ୨୦୩୬ ସୁଦ୍ଧା ରାଜ୍ୟରେ ଆହୁରି ୩୪ଟି ନୂଆ ଗ୍ରୀଡ୍ ସବଷ୍ଟେସନ କରାଯିବ । ବିଶେଷ କରି ଭୁବନେଶ୍ୱର, ଯାଜପୁର, ଝାରସୁଗୁଡ଼ା ଓ ଗଜପତିରେ ପ୍ରଥମ ଥର ପାଇଁ ୭୬୫ କେଭି ଗ୍ରୀଡ୍ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । OPTCL ପକ୍ଷରୁ ଏଣିକି ‘ହଟଲାଇନ ମେଣ୍ଟେନାନ୍ସ’ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରି ମଧ୍ୟ ତାର ମରାମତି କରାଯାଇପାରିବ । ସେହିପରି ମଞ୍ଚେଶ୍ୱରଠାରେ ନୂତନ ଷ୍ଟେଟ୍ ଲୋଡ୍ ଡିସପାଚ୍ ସେଣ୍ଟର (SLDC) ବିଦ୍ୟୁତ୍ ପରିଚାଳନାକୁ ଆହୁରି ସ୍ମାର୍ଟ କରିବ ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କେନ୍ଦୁଝର ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇ କହିଛନ୍ତି, ମୁଁ ବାରମ୍ୱାର କହିଛି, ଖଣି ଖାଦାନରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରାଯିବ। କେନ୍ଦୁଝର ଏତେ ଦିନ ଧରି ରାଜ୍ୟକୁ ସମୃଦ୍ଧି ଦେଇ ଆସିଛି, ଏବେ ସମୟ ଆସିଛି କେନ୍ଦୁଝରକୁ ତାର ହକ୍ ଫେରାଇବାର। ଏହି ଅବସରରେ ସେ ବଡ଼ବିଲ ରିଂ-ରୋଡ୍ର କାର୍ଯ୍ୟ ଏବଂ ଆଗାମୀ ମେଗା ଷ୍ଟିଲ୍ ପ୍ଲାଣ୍ଟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଜାପାନର ପ୍ରସିଦ୍ଧ JFE Steel କୁ କେନ୍ଦୁଝରରେ କାରଖାନା ଗଢ଼ିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ଭବିଷ୍ୟତର ‘ଇଲେକ୍ଟ୍ରିକାଲ୍ ଷ୍ଟିଲ୍’ ଉତ୍ପାଦନ କରିବ। ଜିଲ୍ଲାରେ ବଢୁଥିବା ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ୨୦ ବର୍ଷର ଆବଶ୍ୟକତାକୁ ପୂରଣ କରିବା ଭଳି ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ।
ପ୍ରଧାନମନ୍ତ୍ରୀଙ୍କ ବିକାଶ ମଡେଲକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ଆଜି ସୌର, ପବନ ଓ ପରମାଣୁ ଶକ୍ତିରେ ଆତ୍ମନିର୍ଭର ହେଉଛି। ଆମ ଡବଲ ଇଞ୍ଜିନ ସରକାର ସେହି ବିକାଶର ଧାରାକୁ ଓଡ଼ିଶାର ପ୍ରତିଟି ଗାଁ ଏବଂ ପ୍ରତିଟି ପରିବାର ପାଖରେ ପହଞ୍ଚାଇବାକୁ ସଂକଳ୍ପବଦ୍ଧ। “କେନ୍ଦୁଝରର ବିକାଶ ଦାୟିତ୍ୱ ମୋର,” ଏହି ଶବ୍ଦ ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ରାଜ୍ୟରେ ସମସ୍ତ ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ ସୁନିଶ୍ଚିତ ହେବାପାଇଁ ଆମ ସରକାର ଦୃଢ଼ କାର୍ଯ୍ୟରତ। ଆଜିର ଗ୍ରୀଡ଼ ସବ ଷ୍ଟେସନ କେବଳ କେନ୍ଦୁଝର ନୁହେଁ ଏହାର ପାୱାର ସପ୍ଲାଏ ଆଣେ ସୁନ୍ଦରଗଡ଼, ଅନୁଗୋଳ, ବଇଣ୍ଡା ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ କରିବୁ। ଆଗାମୀ ଦିନରେ କେନ୍ଦୁଝର ଅଞ୍ଚଳରେ ଥିବା ସମସ୍ତ ଉପାନ୍ତ ଅଞ୍ଚଳରେ ଯେଉଁଠାରେ ବିଦ୍ୟୁତ କନେକ୍ସନ ନାହିଁ, ସେ ସମସ୍ତ ଅଞ୍ଚଳକୁ ବିଦ୍ୟୁତ ପହଂଚାଇବା ଲକ୍ଷ୍ୟ ରଖିଛୁ। ପ୍ରଧାନମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ୨୦୨୮ ସୁଦ୍ଧା ସମଗ୍ର ଓଡ଼ିଶା ବିଦ୍ୟୁତ ସଙ୍କଟରୁ ବାହାରିବ।
ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାଏକ, ଚମ୍ପୁଆ ବିଧାୟକ ଶ୍ରୀଯୁକ୍ତ ସନାତନ ମହାକୁଡ଼ଙ୍କ ସମେତ, OPTCL CMD, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

cmodisha keujhar KV grid substation
Share. Facebook Twitter LinkedIn Email WhatsApp Copy Link

Related Posts

ଶଶ୍ଵର ଘରେ ଜ୍ଵାଇଁଙ୍କୁ ପେଟ୍ରୋଲ ଢାଳି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

“ସୁନାର କେନ୍ଦୁଝର” ପାଇଁ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ

April 28, 2026

ଶଶ୍ଵର ଘରେ ଜ୍ଵାଇଁଙ୍କୁ ପେଟ୍ରୋଲ ଢାଳି ହତ୍ୟା

April 28, 2026

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.