ଆନନ୍ଦପୁର : ସରକାରଙ୍କ ଯୋଜନା ସତରେ ହିତାଧିକାରୀଙ୍କ ପକ୍ଷେ ପହଞ୍ଚୁଛି କି ! ଏବେ ଏହା ଏକ ବଡ ପ୍ରଶ୍ନ ? ଆଜି ବି ବୃଦ୍ଧା ଭତ୍ତା ପାଇଁ ବିଭିନ୍ନ କାର୍ଯ୍ୟଳୟ ଘୁରି ବୁଲୁଛି । କେଉଠି ଆବାସ ଯୋଜନା ନ ପାଇଁ ଦହଗଞ୍ଜ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଭତ୍ତା ପାଇଁ ଜେନ ୮୦ ବର୍ଷିୟା ବୃଦ୍ଧା ଟ୍ରଲିରେ ବୁହା ହେଉଥିବାର ଦେଖିବାକୁ ମିଳିଛି। ଘଟଣାଟି ଆନନ୍ଦପୁର ଅଞ୍ଚଳର । ଯୋଜନା ଅନୁସାରେ ୮୦ବର୍ଷରୁ ଉର୍ଦ୍ଧ ମାନେ ୩୫୦୦ଟଙ୍କା ଭତ୍ତା ପାଇବା କଥା। କିନ୍ତୁ ଏଥିରୁ ବଞ୍ଚିତ ହେଉଛନ୍ତି ଆନନ୍ଦପୁର ପୋରାଂଚଳ ୭ନଂ ୱାର୍ଡର ଗୁର ଜେନା। ଦୀର୍ଘ ଦିନ ହେବ ଟ୍ରଲିରେ ପୁଅ ବୃଦ୍ଧ ମାକୁ ନେଇ ପୌର କାର୍ଯ୍ୟଳୟରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଘୁରି ବୁଲୁଛନ୍ତି।
ଦୀର୍ଘ ଦିନ ଧରି ଭତ୍ତାରୁ ବଞ୍ଚିତ ହେବାରୁ ପୁଅ ଏଭଳି କରିବାକୁ ବାଧ୍ୟ ହୋଇଛନ୍ତି। ପ୍ରଶାସନ ଖୁବ୍ ଶୀଘ୍ର ଭତ୍ତା ପ୍ରଦାନ କରାଯିବ ବୋଲି ଆଶ୍ୱାସନ ଦେଇଛି।


