Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ୱିତୀୟ ସଂସ୍କରଣ
ଆଜିର ଖବର

ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ୱିତୀୟ ସଂସ୍କରଣ

May 7, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ୱିତୀୟ ସଂସ୍କରଣ
ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ୱିତୀୟ ସଂସ୍କରଣ

ନୂଆଦିଲ୍ଲୀ: ୱେଭସ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ ୧୬ରୁ ୧୮ ପର୍ଯ୍ୟନ୍ତ ୧୯ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (ଏଆଇଏଫ୍‌ଏଫ୍‌) ସହ ମୁମ୍ବାଇର ଏନଏଫଡିସି କଂପ୍ଲେକ୍ସରେ ଅନୁଷ୍ଠିତ ହେବ।

ୱେଭ୍ସ ଡକ୍ ବଜାର ହେଉଛି ଏକ ପ୍ରମୁଖ ଓ ଏକୀକୃତ ପ୍ଲାଟଫର୍ମ ଯାହା ଡକ୍ୟୁମେଣ୍ଟାରୀ, ଆନିମେସନ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଅଭିବୃଦ୍ଧି ଏବଂ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ଲାଟଫର୍ମ ସହଯୋଗ, ପରାମର୍ଶ, ବଜାର ପ୍ରବେଶ ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଁ ସୁଯୋଗ ପ୍ରଦାନ କରେ। ଦ୍ୱିତୀୟ ସଂସ୍କରଣରେ ଏହି ପ୍ଲାଟଫର୍ମ ଅଡିଓ-ଭିଜୁଆଲ୍ ଶିଳ୍ପ ମଧ୍ୟରେ ପ୍ରତିଷ୍ଠିତ ପେସାଦାର ଏବଂ ଉଦୀୟମାନ ପ୍ରତିଭାଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଏହି ବଜାର କ୍ରିଏଟର, ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ଯୋଗାଣକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏକ ଉପଯୋଗୀ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଏହା ନିର୍ମାଣ ଏବଂ ବିତରଣର ବିଭିନ୍ନ ପର୍ଯ୍ୟାୟରେ ସହଯୋଗକୁ ସୁଗମ କରି ଅସାଧାରଣ କାହାଣୀ କହିବାକୁ ସଶକ୍ତ କରିବ ଏବଂ ସାରା ବିଶ୍ୱ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସହାୟତା କରିବ। ଏଠାରେ ଅଂଶଗ୍ରହଣକାରୀମାନେ ବିଶେଷଜ୍ଞ ଏବଂ ଅଭିଜ୍ଞ ପେସାଦାରଙ୍କ ସହିତ ସିଧାସଳଖ ଆଲୋଚନା ମାଧ୍ୟମରେ ବର୍ତ୍ତମାନର ଶିଳ୍ପ ଧାରା, ବଜାର ଚାହିଦା, ବିତରଣ ରଣନୀତି ଏବଂ ଦର୍ଶକଙ୍କ ପସନ୍ଦ ସମ୍ପର୍କରେ ବହୁମୂଲ୍ୟ ଜ୍ଞାନ ହାସଲ କରିପାରିବେ।

ଭିଉଇଙ୍ଗ ରୁମ୍‌ (ଭିଆର୍):

ୱେଭ୍ସ ଡକ୍ ବଜାରର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହାର ଭିଉଇଙ୍ଗ ରୁମ୍‌ (ଭିଆର୍‌), ଯେଉଁଠାରେ ସଂପୂର୍ଣ୍ଣ ହୋଇଥିବା କିମ୍ବା ନିର୍ମାଣାଧୀନ ପ୍ରାମାଣିକ ଚଳଚ୍ଚିତ୍ର (ଡକ୍ୟୁମେଣ୍ଟାରି), କ୍ଷୁଦ୍ର ଓ ଆନିମେସନ ଚଳଚ୍ଚିତ୍ରଗୁଡ଼ିକୁ ପଂଜୀକୃତ ପ୍ରତିନିଧିମାନଙ୍କ ମଧ୍ୟରୁ ବଛା ବଛା ଦର୍ଶକମାନଙ୍କୁ ପ୍ରଦର୍ଶିତ କରାଯିବ। ବଛା ବଛା କ୍ରେତା, ପ୍ରୋଗ୍ରାମର, ବିତରକ ଓ ନିବେଶକଙ୍କ ପାଇଁ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଏହି ପ୍ଲାଟଫର୍ମ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିତରଣ ଡିଲ୍‌ ଚୂଡ଼ାନ୍ତ କରିବା, ନିର୍ମାତା ଓ ଅନ୍ତର୍ଜାତୀୟ ସେଲ୍ସ ଏଜେଣ୍ଟ ମାନଙ୍କ ସହ ସମ୍ପର୍କ ସ୍ଥାପନ, ଚଳଚ୍ଚିତ୍ର ଉତ୍ସବ ସମ୍ଭାବନା ଅନୁସନ୍ଧାନ ଓ ଜରୁରୀକାଳୀନ ପାଣ୍ଠି ହାସଲ କରିବାର ସୁଯୋଗ ପ୍ରଦାନ କରେ। ଏକ ସ୍ୱତନ୍ତ୍ର ଭାବରେ ସଂଗୃହିତ ସିଷ୍ଟମ ମାଧ୍ୟମରେ, କ୍ରେତାମାନେ ଭାଷା, ଅବଧି, ନିର୍ମାଣ ପର୍ଯ୍ୟାୟ ଏବଂ ଅନ୍ୟାନ୍ୟ ବିବରଣୀ ଉପରେ ଆଧାରିତ ଚଳଚ୍ଚିତ୍ର ବ୍ରାଉଜ୍ କରିପାରିବେ; ଏହା ସହିତ, ଚୟନ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ଏକ ଭିଉଇଙ୍ଗ ରୁମ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ, ଯାହା ସମସ୍ତ ପଞ୍ଜିକୃତ ପ୍ରତିନିଧିଙ୍କ ସହ ସେୟାର କରାଯିବ ଏବଂ କାର୍ଯ୍ୟକ୍ରମ ପୂର୍ବରୁ ଅନଲାଇନରେ ଉପଲବ୍ଧ କରାଯିବ।

ଓ୍ବର୍କ–ଇନ–ପ୍ରୋଗ୍ରେସ୍ ଲ୍ୟାବ୍(ଡବ୍ଲୁଆଇପି) :

ଅସଂପୂର୍ଣ୍ଣ ଥିବା ଡକ୍ୟୁମେଣ୍ଟାରୀ ଏବଂ ଆନିମେସନ ଫିଲ୍ମଗୁଡ଼ିକ ଲାଗି ଏହି ଲାବ୍‌କୁ ଡିଜାଇନ୍ କରାଯାଇଛି। ଏହି ଲାବ ମାଧ୍ୟମରେ ମନୋନୀତ ଅଂଶଗ୍ରହଣକାରୀମାନେ ଅଭିଜ୍ଞ ଚଳଚ୍ଚିତ୍ର ନିର୍ମାତା, ସମ୍ପାଦକ ଏବଂ ଆନ୍ତର୍ଜାତୀୟ ପରାମର୍ଶଦାତାଙ୍କଠାରୁ ଅମୂଲ୍ୟ ମତାମତ, ମାର୍ଗଦର୍ଶନ ଏବଂ ପରାମର୍ଶ ପାଇପାରିବେ ଯଦ୍ବାରା ସେମାନେ ନିଜର ପ୍ରକଳ୍ପକୁ ଆକର୍ଷଣୀୟ କରି ବିଶାଳ ଦର୍ଶକଶ୍ରେଣୀଙ୍କ ନିକଟରେ ପହଞ୍ଚିପାରିବେ।

ୱେଭ୍ସ ଡକ୍ ବଜାରରେ ଇମର୍ସିଭ୍‌ ମାର୍କେଟର ଶୁଭାରମ୍ଭ ହେବ

ପ୍ରଥମ ଥର ପାଇଁ, ୱେଭ୍ସ ଡକ୍ ବଜାରରେ ଏକ ଏମର୍ଜିଂ ମାର୍କେଟ୍ ସେଗମେଣ୍ଟ୍ ମଧ୍ୟ ରହିବ, ଯାହା ଇମର୍ସିଭ୍ କଣ୍ଟେଣ୍ଟ କ୍ରିଏଟର୍, ପ୍ରଯୋଜକ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରଙ୍କ ପାଇଁ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ ହେବ। VR, AR, XR ଏବଂ ଇଣ୍ଟରାକ୍ଟିଭ୍ ଅଭିଜ୍ଞତା ଉପରେ କେନ୍ଦ୍ରିତ, ଏହି ବଜାର ଅଭିନବ ପ୍ରକଳ୍ପଗୁଡ଼ିକୁ ପ୍ରଦର୍ଶନ କରିବା, କାହାଣୀ କହିବାର ନୂତନ ଫର୍ମାଟ୍‌ଗୁଡ଼ିକୁ ଅନୁସନ୍ଧାନ କରିବା ଏବଂ ଅର୍ଥପୂର୍ଣ୍ଣ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

ଏସବୁ ପ୍ରାସଙ୍ଗିକ କାର୍ଯ୍ୟକ୍ରମ ଏବଂ ଶିଳ୍ପ-କେନ୍ଦ୍ରିତ ପଦକ୍ଷେପ ସହିତ, ୱେଭ୍ସ ଡକ୍ ମାର୍କେଟ୍‌ ସୃଜନଶୀଳ ଉତ୍କର୍ଷତା ଏବଂ ଆନ୍ତର୍ଜାତୀୟ ପହଞ୍ଚ ପାଇଁ ନୂତନ ପଥ ପ୍ରଶସ୍ତ କରିବା ସହିତ ଡକ୍ୟୁମେଣ୍ଟାରୀ, ଆନିମେସନ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଲାଗିଛି।

ୱେଭ୍ସ ଡକ୍ ବଜାରରେ ଭିଉଇଙ୍ଗ ରୁମ୍ ଓ ଡବ୍ଲୁଆଇପି ଲାବ୍‌ ପାଇଁ ପ୍ରବେଶିକା ଖୋଲିଲା

ୱେଭ୍ସ ଡକ୍ ବଜାର ୨୦୨୬ରେ ଭିଉଇଙ୍ଗ୍ ରୁମ୍ ଓ ଡବ୍ଲୁଆଇପି ଲାବ୍‌ ପାଇଁ ପ୍ରବେଶିକା ଖୋଲିଯାଇଛି। ଆଗ୍ରହୀ ଅଂଶଗ୍ରହଣକାରୀମାନେ ମେ’ ୧୫, ୨୦୨୬ ରାତି ୧୧ ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ନିଜର ଆବେଦନ ଦାଖଲ କରିପାରିବେ।

ଯୋଗ୍ୟତା

ଏହି କାର୍ଯ୍ୟକ୍ରମ ସାରା ବିଶ୍ୱର ଡକ୍ୟୁମେଣ୍ଟାରୀ ଏବଂ ଆନିମେସନ ଫିଲ୍ମ ପାଇଁ ଖୋଲା ରହିଛି। ୱେଭ୍ସ ଡକ୍ ବଜାର ୨୦୨୬ରେ ଉପସ୍ଥାପନ ପାଇଁ କ୍ଷୁଦ୍ର, ମଧ୍ୟମ-ଦୀର୍ଘ ଏବଂ ଫିଚର-ଦୀର୍ଘ ଫିଲ୍ମଗୁଡ଼ିକ ଯୋଗ୍ୟ ହୋଇପାରିବେ। ଫିଲ୍ମଗୁଡ଼ିକ ସମ୍ପୂର୍ଣ୍ଣ ହୋଇଥିବ କିମ୍ବା ଅଧିକାଂଶ ସୁଟିଂ ସଂପୂର୍ଣ୍ଣ ହୋଇ ପୋଷ୍ଟ-ପ୍ରଡକ୍ସନ ପର୍ଯ୍ୟାୟରେ ଥିବ। କିନ୍ତୁ ନିର୍ମାଣାଧୀନ କିମ୍ବା ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ଥିବା ପ୍ରକଳ୍ପଗୁଡ଼ିକ ଯୋଗ୍ୟ ହେବେ ନାହିଁ। ଯେଉଁ ଚଳଚ୍ଚିତ୍ର ନିର୍ମାତାମାନଙ୍କର ପ୍ରକଳ୍ପଗୁଡ଼ିକ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ ପାଇଁ ଆଗ୍ରହୀ, ବିକ୍ରୟ, ବିତରଣ କିମ୍ବା ନିର୍ମାଣ ସଂପୂର୍ଣ୍ଣ କରିବା ପାଇଁ ପାଣ୍ଠି ଖୋଜୁଛନ୍ତି ସେମାନଙ୍କୁ ଆବେଦନ କରିବାକୁ ବିଶେଷ ଭାବରେ ଉତ୍ସାହିତ କରାଯାଉଛି। ସୀମିତ କିମ୍ବା ପୂର୍ବରୁ କୌଣସି ଅନ୍ତର୍ଜାତୀୟ ଏକ୍ସପୋଜର ନଥିବା ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ସ୍ୱାଗତ କରାଯାଉଛି।

ଆବେଦନ ଦାଖଲ ପଦ୍ଧତି

ପ୍ରଥମ ପର୍ଯ୍ୟାୟରେ, ଆବେଦନକାରୀମାନଙ୍କୁ ନିଜର ସମ୍ପୂର୍ଣ୍ଣ ଚଳଚ୍ଚିତ୍ର କିମ୍ବା ତାହାର ଏକ ଅଂଶ ଏକ ପାସୱାର୍ଡ-ସୁରକ୍ଷିତ ସ୍କ୍ରିନର ଲିଙ୍କ୍  ସମୀକ୍ଷା ପାଇଁ ଦାଖଲ କରିବାକୁ ପଡିବ। ଚୟନ ପରେ, ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପ୍ରଦର୍ଶନ କକ୍ଷ ବା ଭିଆର୍ ପାଇଁ ଅତି କମରେ ୧୦ ମିନିଟ୍ ଫୁଟେଜ୍ ଦାଖଲ କରିବାକୁ ପଡିବ। ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଦାଖଲକୁ ଉତ୍ସାହିତ କରାଯାଉଛି। ଚୂଡ଼ାନ୍ତ ଫାଇଲଗୁଡ଼ିକ ସୁରକ୍ଷିତ ଭାବରେ ଅପଲୋଡ୍ କରାଯିବ ଏବଂ କେବଳ ଅଧିକୃତ ଅଂଶଗ୍ରହଣକାରୀଙ୍କ ପାଇଁ ଉପଲବ୍ଧ କରାଯିବ।

ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ଅନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ ଡକ୍ୟୁମେଣ୍ଟାରୀ ଏବଂ ଆନିମେସନ୍ ଶିଳ୍ପ ମଧ୍ୟରେ ପ୍ରମୁଖ ନିଷ୍ପତ୍ତି ନିର୍ମାତାଙ୍କ ସହ ସଂଯୋଗ କରିବା ପାଇଁ ଏହି ସୁଯୋଗର ଫାଇଦା ଉଠାଇବାକୁ ଆମନ୍ତ୍ରିତ କରାଯାଇଛି।

ଇମର୍ସିଭ୍‌ ମାର୍କେଟ୍ ଓ୍ବର୍କ ଇନ ପ୍ରୋଗ୍ରେସ୍ ଲ୍ୟାବ୍ ଭିଉଇଙ୍ଗ୍‌ ରୁମ୍ ୱେଭସ୍ ଡକ୍ ବଜାର ୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ

May 7, 2026

ଅଗ୍ନିକାଣ୍ଡ: ୧୨ଟି ଛେଳି ଜୀବନ୍ତ ଦଗ୍ଧ

May 7, 2026

ଯୁବକ ଯୁବତୀଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର

May 7, 2026

“ଜଣେ ମହାନ ଯୋଦ୍ଧା, କିନ୍ତୁ…”: ଇସ୍ତଫା ଉପରେ ମମତା ବାନାର୍ଜୀଙ୍କୁ କୁମାର ବିଶ୍ୱାସଙ୍କ ପରାମର୍ଶ

May 7, 2026
Latest News

ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ୱିତୀୟ ସଂସ୍କରଣ

May 7, 2026

ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ

May 7, 2026

ଅଗ୍ନିକାଣ୍ଡ: ୧୨ଟି ଛେଳି ଜୀବନ୍ତ ଦଗ୍ଧ

May 7, 2026

ଯୁବକ ଯୁବତୀଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର

May 7, 2026

“ଜଣେ ମହାନ ଯୋଦ୍ଧା, କିନ୍ତୁ…”: ଇସ୍ତଫା ଉପରେ ମମତା ବାନାର୍ଜୀଙ୍କୁ କୁମାର ବିଶ୍ୱାସଙ୍କ ପରାମର୍ଶ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.