ଝାରସୁଗୁଡା : ଝାରସୁଗୁଡା ପୋଲିସ ଏନକାଉଣ୍ଟର କରିଛି । ଦୁଇ ଅପରାଧୀ ଆହତ ହୋଇଛନ୍ତି । ବେଲପାହାଡ ଫାଟକରେ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ସମ୍ପୃକ୍ତ ଥିଲା । ସୁନୀଲ ମହାନନ୍ଦ ଓରଫ ଟବୁ ଓ ଚାନ୍ଦ ବଞ୍ଚୋର ପୋଲିସ ଏନକାଉଣ୍ଟରରେ ଆହତ । ଉଭୟ ଅପରାଧୀଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ଏକାଧିକ ମାମଲା ରହିଛି । ଆହତ ଅପରାଧୀଙ୍କୁ ଝାରସୁଗୁଡା ଡ଼ିଏଚଏସରେ ଭର୍ତ୍ତି କରାଯାଇଛି ।


