ମୟୂରଭଞ୍ଜ: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଗଡ଼ଦେଉଳିଆ ପେଟ୍ରୋଲ ପମ୍ପର ମାଲିକାଣୀ କମଳା ତିରିଆ ଆହତ ହୋଇଥିବାବେଳେ ତାଙ୍କ ସାନ ପୁଅ ଅଭିଷେକ ତିରିଆ ଓ ଅନେକ ଲୋକ ଗୁରୁତର ହୋଇଛନ୍ତି । ଗର୍ଭବତୀ ବୋହୂ ଦୀପ୍ତିରେଖା ସିଂହଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ରେମୁଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।


