ନୂଆଦିଲ୍ଲୀ : ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି ମଦର ଡେରୀ ମଧ୍ୟ ନୂତନ ଦର ଘୋଷଣା କରିଛି। ଟୋକନ୍ କ୍ଷୀର ଏବେ ପ୍ରତି ଲିଟର ୫୬ ଟଙ୍କା ବଦଳରେ ୫୮ ଟଙ୍କା ହେବ। ଫୁଲ-କ୍ରିମ୍ କ୍ଷୀରର ମୂଲ୍ୟ ₹୭୦ ରୁ ବୃଦ୍ଧି ପାଇ ୭୨ ଟଙ୍କା ହେବ। ଟୋଣ୍ଡ କ୍ଷୀରର ମୂଲ୍ୟ ₹୫୮ ଟଙ୍କା ବଦଳରେ ୬୦ ଟଙ୍କା ହେବ। ଡବଲ୍-ଟୋଣ୍ଡ କ୍ଷୀରର ମୂଲ୍ୟ ₹୫୨ ଟଙ୍କା ବଦଳରେ ୫୪ ଟଙ୍କା ହେବ। ଗାଈ କ୍ଷୀରର ମୂଲ୍ୟ ₹୬୦ ଟଙ୍କା ବଦଳରେ ୬୨ ଟଙ୍କା ଏବଂ ପ୍ରୋ ମିଲ୍କର ମୂଲ୍ୟ ₹୭୦ ଟଙ୍କା ବଦଳରେ ୭୨ ଟଙ୍କା ହେବ। ମଦର ଡେରୀ ପୂର୍ବରୁ ଏପ୍ରିଲ 2025 ଶେଷରେ କ୍ଷୀର ମୂଲ୍ୟ ବୃଦ୍ଧି କରିଥିଲା।


