Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି
ବିଶେଷ ଖବର

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପେଟ୍ରୋଲ
ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

ଭୁବନେଶ୍ୱର: ଆଇଓସିଏଲ୍‍, ବିପିସିଏଲ୍‍ ଏବଂ ଏଚ୍‍ପିସିଏଲ୍‍ ଭଳି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ସାରା ଓଡ଼ିଶାରେ ନିରବଚ୍ଛିନ୍ନ ପେଟ୍ରୋଲିୟମ ଉତ୍ପାଦ ଯୋଗାଣ ଜାରି ରହିଛି ବୋଲି ତୈଳ ବିପଣନ କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି। ରାଜ୍ୟର ସମସ୍ତ ବିତରଣ କେନ୍ଦ୍ରରେ ସ୍ଥିର, ନିରବଚ୍ଛିନ୍ନ ଓ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ (ଏମଏସ୍‍), ଡିଜେଲ (ଏଚଏସ୍‍ଡି) ଏବଂ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ (ଏଲ୍‍ପିଜି)  ଯୋଗାଣ କରାଯାଉଥିବା ଏହି ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ କୁହାଯାଇଛି।

ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ କୁହାଯାଇଛି, ଟର୍ମିନାଲ, ଡିପୋ ଏବଂ ରିଟେଲ ଆଉଟଲେଟ୍ ତଥା ପେଟ୍ରୋଲ ପମ୍ପଗୁଡ଼ିକୁ ନେଇ ଗଠିତ ସମ୍ପୂର୍ଣ୍ଣ ଜାଳେଣି ଯୋଗାଣ  ଶୃଙ୍ଖଳ ବାଧାବିଘ୍ନ ବିନା ସୁରୁଖୁରୁରେ କାର୍ଯ୍ୟ କରୁଛି। ଜାଳେଣି ମହଜୁଦ୍‌ର ପ୍ରକୃତ ସମୟରେ (ରିଅଲ୍ ଟାଇମ୍) ନିରୀକ୍ଷଣ କରାଯାଉଛି ଏବଂ ରାଜ୍ୟର ସମସ୍ତ ସ୍ଥାନରେ ସର୍ବୋତ୍ତମ ମହଜୁଦ୍ ସ୍ତର ବଜାୟ ରଖିବା ପାଇଁ ପୁନଃ-ପୂରଣ କାର୍ଯ୍ୟ ସୁଗମ ଭାବେ କରାଯାଉଛି। ଏହା ବାଦ୍‍ ଘରୋଇ ଗ୍ରାହକମାନଙ୍କୁ ଏଲପିଜି ବିତରଣ ସର୍ବୋଚ୍ଚ ଅଗ୍ରାଧିକାରରେ ଦିଆଯାଉଛି ଏବଂ ଓଡ଼ିଶା ସାରା ଏହା ସ୍ୱାଭାବିକ ରହିଛି। ସମସ୍ତ ପରିବାରକୁ ସମୟାନୁକୁଳ ଏବଂ ନିରବଚ୍ଛିନ୍ନ ବିତରଣ ନିଶ୍ଚିତ କରିବା ପାଇଁ ସ୍ଥିତି ଉପରେ କ୍ରମାଗତ ଏବଂ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ପଷ୍ଟ କରାଯାଇଛି ବୋଲି ବିପଣନକାରୀ କମ୍ପାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମଗ୍ର ଅରାଜ୍ୟରେ ଜାଳେଣିର ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ତୈଳ ଶିଳ୍ପ ପକ୍ଷରୁ ପରିବହନ, ମହଜୁଦ୍ ପରିଚାଳନା ଏବଂ ଖୁଚୁରା ବିପଣନ ଉପରେ ସୁଦୃଢ଼ ସମନ୍ୱୟ ରକ୍ଷା କରାଯାଉଛି। ନାଗରିକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ କିଣାକିଣି ନକରିବାକୁ ଦୃଢ଼ ପରାମର୍ଶ ଦିଆଯାଇଛି।

ତୈଳ ବିପଣନ କମ୍ପାନୀଗୁଡ଼ିକ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଜାଳେଣିର ଉପଲବ୍ଧତାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ସଠିକ୍, ଯାଞ୍ଚ ହୋଇଥିବା ଏବଂ ସମୟୋଚିତ ସୂଚନା ପାଇଁ କେବଳ ସରକାରୀ ବିଜ୍ଞପ୍ତି ଉପରେ ଭରସା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ତୈଳ କମ୍ପାନୀ।

ଓଡ଼ିଶାର ଜନସାଧାରଣଙ୍କ ପାଇଁ ଶକ୍ତି ସୁରକ୍ଷା ଏବଂ ନିରବଚ୍ଛିନ୍ନ ସେବା ନିଶ୍ଚିତ କରିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକ ନିଜର ପ୍ରତିବଦ୍ଧତାରେ ଦୃଢ଼ ରହିଛନ୍ତି ବୋଲି ସ୍ପଷ୍ଟ କରାଯାଇଛି।

ଆଇଓସିଏଲ୍‍ ଏଚ୍‍ପିସିଏଲ୍‍ ଏଲପିଜି ଓଡିଶା ଡିଜେଲ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ବିପିସିଏଲ୍‍
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026
Latest News

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026

ଦେଶରେ ମହଜୁଦ ରହିଛି ପ୍ରଚୁର ସାର: ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ

May 19, 2026

ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍

May 19, 2026

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ରାଶିଫଳ: ମେ ୧୯ ତାରିଖ ମଙ୍ଗଳବାର ଦିନ ଏହି ରାଶିର ଲୋକ ପାଇବେ ଖୁସି ଖବର

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.