କଲିକତା: ଆଜି ବଙ୍ଗଳାର ଦକ୍ଷିଣ ୨୪ ପରଗନା ଜିଲ୍ଲାର ଫାଲଟା ବିଧାନସଭା ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର। ସକାଳ ୮ ଟାରେ ଗଣନା ଆରମ୍ଭ ହୋଇଥିଲା ଏବଂ ଏବେ ସମସ୍ତ ୨୨ ପର୍ଯ୍ୟାୟର ଗଣତି ଶେଷ ହୋଇଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁ ନାଥ କୁର୍ମିଙ୍କ ଠାରୁ ୧ ଲକ୍ଷ ୯ ହଜାର ୨୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ମୋଟ ୧୪ ଲକ୍ଷ ୯ ହଜାର ୬୬୬ ଖଣ୍ଡ ଭୋଟ ପାଇଥିବା ବେଳେ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁ ନାଥ କୁର୍ମି ୪୦ ହଜାର ୬୪୫ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ଅବଦୁର ରଜ୍ଜାକ ମୋଲ୍ଲା ୧୦ ହଜାର ୮୪ ଖଣ୍ଡ ଭୋଟ ପାଇଛନ୍ତି ଏବଂ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ମାତ୍ର ୭୭୮୩ ଖଣ୍ଡ ମିଳିଛି।


