ଭୁବନେଶ୍ବର: ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ନେଇ ପୁଣି ରାଜନୀତି ସରଗରମ ହୋଇ ଉଠିଛି। ପୂର୍ବରୁ ସେ ପାଣ୍ଡିଆନଙ୍କ ବିରୋଧରେ ବିଷଉଦଗାର କରି ସେ ଚର୍ଚ୍ଚାରେ ଥିଲେ। ସେହିପରି ରାଜ୍ୟସଭାରେ ଭୋଟିଂ ବେଳେ ଅନୁପସ୍ଥିତ ରହିବା ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ। ତେବେ କିଛିଦିନ ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ସେ କୁଆଡେ ସାଂସଦ ଏବଂ ବିଜେଡିରୁ ଇସ୍ତଫା ଦେଇ ବିଜେପିରୁ ପୁଣି ସାଂସଦ ହେବେ ବୋଲି ଚର୍ଚ୍ଚା ଚାଲିଛି।
ଚର୍ଚ୍ଚା ଅନୁସାରେ ଦେବାଶିଷ ବିଜେପିର ଶୀର୍ଷ ନେତୃତ୍ବ ସହିତ କୁଆଡେ ଆଲୋଚନା କରିସାରିଛନ୍ତି। ସେହି ଅନୁସାରେ ଦେବାଶିଷ ଖୁବ ଶିଘ୍ର ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ। ଏହାପରେ ସେ ବିଜେପିରେ ଯୋଗ ଦେବେ। ରାଜ୍ୟସଭା ନିର୍ବାଚନ ଆସିବା ପରେ ସେ ପୁଣି ବିଜେପିରୁ ପ୍ରାର୍ଥୀ ହୋଇ ଜିତିବେ। ତେବେ ଏ ନେଇ ଦେବାଶିଷଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।
ବର୍ତ୍ତମାନ ରାଜ୍ୟସଭାର ଦଶଟି ଆସନ ମଧ୍ୟରୁ ବିଜେଡିର ଛଅଟି ଆସନ ଥିବା ବେଳେ ବିଜେପିର ତିନୋଟି ଆସନ ରହିଛି। ସେହିପରି ଦିଲ୍ଲୀପ ରାୟ ଏକମାତ୍ର ସ୍ବାଧୀନ ଭାବେ ସାଂସଦ ଅଛନ୍ତି।


