ତିରୁବନନ୍ତପୁରମ : ଲଣ୍ଡରିଂ ମାମଲାରେ ପିନାରାୟୀ ବିଜୟନଙ୍କ ଘରେ ଇଡି ଚଢାଉ । ବିଜୟନଙ୍କ ଘର ସମେତ ୧୦ ସ୍ଥାନରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ED ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ତିରୁବନନ୍ତପୁରମରେ ପିନାରାଇ ବିଜୟନଙ୍କ ଭଡା ଘରେ ମଧ୍ୟ ଚଢାଉ କରିଛି। କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ଓ ବିଜୟନଙ୍କ ଝିଅ ଟି ବୀଣାଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନି ଏକ୍ସାଲୋଜିକ୍ ସଲ୍ୟୁସନ୍ସ ସହିତ ଜଡିତ କଥିତ ଆର୍ଥିକ ଅନିୟମିତତା ସମ୍ପର୍କରେ ଇଡି ଏହି ଚଢ଼ଉ କରିଛି।


