Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
CM felicitates OCS topper Bubun Sahoo
CM felicitates OCS topper Bubun Sahoo

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନସେବା ହେଉଛି ପ୍ରଶାସନର ମୂଳ ଲକ୍ଷ୍ୟ। ଲୋକଙ୍କ ମଙ୍ଗଳ, ସୁଶାସନ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସରକାରୀ ସେବା ପହଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦେବା ସହିତ ସମାଜର ଶିଶୁ, ମହିଳା ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ସମର୍ପିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଜଣେ ଭଲ ପ୍ରଶାସକ ସହ ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ବୁବୁନ ସାହୁ ଗତ ବର୍ଷ ଓଡିଶା ପୋଲିସ୍ ସେବାରେ ଚୟନ ହୋଇଥିଲେ ଓ ବର୍ତ୍ତମାନ ଓଡ଼ିଶା ପୋଲିସରେ ଡିଏସପି ଭାବେ ୨୦୨୬ ମାର୍ଚ୍ଚ ମାସରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ (BPSPA)ରେ ପ୍ରଶିକ୍ଷଣ ନେଉଛନ୍ତି।

ଶ୍ରୀ ସାହୁଙ୍କ ପିତା ଭଗବାନ ସାହୁ ଜଣେ କୃଷକ ଏବଂ ମାତା କୁଞ୍ଜଲତା ସାହୁ ଗୃହିଣୀ। ପୁଅର ଏହି ଅନନ୍ୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

Bubun Sahoo OCS topper ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

NEET ପେପର ଲିକ୍ ରୋକିବା ପାଇଁ ବଡ଼ ପଦକ୍ଷେପ: ସେନାକୁ ଦିଆଯିବ କି ପ୍ରଶ୍ନପତ୍ର?

May 28, 2026

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026
Latest News

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

NEET ପେପର ଲିକ୍ ରୋକିବା ପାଇଁ ବଡ଼ ପଦକ୍ଷେପ: ସେନାକୁ ଦିଆଯିବ କି ପ୍ରଶ୍ନପତ୍ର?

May 28, 2026

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.