ଭୁବନେଶ୍ଵର: ଭିଭିଆଇପିଙ୍କ ଗସ୍ତ ସୂଚନା ନେଇ କଡା ସତର୍କତା ଜାରି କଲେ ସରକାର । ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ସୂଚନା ରହିଛି । ଘଟଣାକୁ ଗୁରୁତ୍ଵର ସହ ନେଇ ଓଡିଶା ସରକାର କଡା ସତର୍କତା ଜାରି କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଡ଼ିଜିପି, ଆଇଜି ଓ ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ପାଇଁ ଏନେଇ ସତର୍କ ସୂଚନା ଜାରି ହୋଇଛି । ଭିଭିଆଇପି ଙ୍କ ଗସ୍ତ ସମନ୍ଧୀୟ ସୂଚନା ସୋସିଆଲ ମିଡିଆରେ ଲିକ ହେଉଥିବାରୁ ପଦକ୍ଷେପ ନିଆଯିବା ନେଇ ସ୍ଥିର ହୋଇଛି ।


