Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ
ଆଜିର ଖବର

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

May 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ
କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ଥାନୀୟ ବ୍ରହ୍ମାନଗର ୧ମ ସରଣୀ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ନିକଟରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ମେୟର ସଙ୍ଘମିତ୍ରା ଦଳାଇ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ଡେଣ୍ଟାଲ କ୍ଲିନିକ୍ ର ଦନ୍ତ ଚିକିତ୍ସକ ଡାକ୍ତର ଦେବ୍ୟାନି ଦେବ ଓ ଆଇ ଏସ ଆର ଡି ର ନିର୍ଦ୍ଦେଶକ ସୁଧୀର ସାବତ ଓ ସମାଜସେବୀ ବନମାଳୀ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତମାଖୁ ସେବନର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ, ଯୁବସମାଜ ଓ ଜନସାଧାରଣଙ୍କୁ ବୁଝାଇଥିଲେ। ଏଠାରେ ଉପସ୍ଥିତ ଥିବା ସମସ୍ତେ ମାନବ ଶୃଙ୍ଖଳ ମାଧ୍ୟମରେ ଏହି ବର୍ଷର ପ୍ରସଙ୍ଗ ଏହାର ଆକର୍ଷଣରୁ ପରଦା ହଟାଇବା-ନିକୋଟିନ୍ ଏବଂ ତମାଖୁ ନିଶା ବିରୋଧରେ ଲଢ଼ିବା ସହ ତମାଖୁ ମୁକ୍ତ ଭାରତ ଗଠନ ପାଇଁ ବଜ୍ର ଶପଥ ନେଇଥିଲେ।

କ୍ରାନ୍ତିର ଡଃ ଦାଶ ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ତାଙ୍କର କଷ୍ଟ ଓ ଯନ୍ତ୍ରଣା ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରି କିପରି ତମାଖୁ ମୁକ୍ତ ଭାରତ ହୋଇ ପାରିବ ହାତଯୋଡି ନିବେଦନ କରିଥିଲେ।ପରେ ପରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ନିକଟରୁ ଏକ ସଚେତନତା ପଦଯାତ୍ରା ବାହାର କରାଯାଇ ଜନସାଧାରଣ ଙ୍କୁ ସଚେତନ କରା ଯାଇଥିଲା।

ଏହି ପଦଯାତ୍ରାରେ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ସାମନ୍ତରାୟ ଏକାଡେମି, ରାମହରି ନଗର ଶିଶୁ ମନ୍ଦିର ର ଏନ୍ ସି ସି ଓ ସ୍କାଉଟ ଛାତ୍ର ଛାତ୍ରୀ, ଆଇ ଏସ ଆର ଡି ଅନୁଷ୍ଠାନ, ଶକ୍ତି ସଦନର କର୍ମକର୍ତ୍ତା ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ସହ ଆରକ୍ଷୀ ବାହିନୀ ସମେତ ଏହି ପଦଯାତ୍ରାରେ ଭାଗନେଇ ଲୋକ ମାନଙ୍କୁ ପ୍ରଚାର ପତ୍ର ପ୍ରଦାନ ମାଧ୍ଯମରେ ସଚେତନତା କରାଯାଇଥିଲା।

ଏହି ପରିରରେ କ୍ରାନ୍ତି ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ରାଜାରାମ ପାଢ଼ୀ, ଚର୍ଚ୍ଚିକା ଦାଶ, ଶ୍ରୀମନ୍ତ ପଟ୍ଟନାୟକ,ଚିନ୍ନୟାନନ୍ଦ ଦାଶ,ପୂର୍ଣ୍ଣଚନ୍ଦ୍ର ସାହୁ, ଓଁ ପ୍ରସାଦ ଗୌଡ଼ ଓ ଆଇ ଏସ ଆର ଡି ର ଗୋପାଳ କୃଷ୍ଣ ଦଳବେହେରା, ଶକ୍ତି ସଦନର ଶୟନି ମଲ୍ଲିକ, ପାର୍ବତୀ ମଲ୍ଲିକ ଓ ରାମହରି ନଗର ଶିଶୁ ମନ୍ଦିର ର ଏନ୍ ସି ସି ଶିକ୍ଷକ ହରପ୍ରସାଦ ବକ୍ସି ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ୱାନ ଷ୍ଟେପ୍ ସେଣ୍ଟର୍ ଓ ସମାନ୍ତରାୟ ଏକାଡ଼େମୀ ର ସମସ୍ତ କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇଥିଲେ।

'କ୍ରାନ୍ତି' ବିଶ୍ବ ତମାଖୁ ବର୍ଜନ ଦିବସ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଅଭିଷେକ ବାନାର୍ଜୀଙ୍କ ପରେ ମମତା ବାନାର୍ଜୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଉପରେ ଆକ୍ରମଣ

May 31, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

May 31, 2026

ମରାଠା ସଂରକ୍ଷଣ ଆନ୍ଦୋଳନ ମଧ୍ୟରେ ମନୋଜ ଜରାଙ୍ଗେଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ: ଭାଙ୍ଗିଲେ ଅନଶନ

May 31, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026
Latest News

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

May 31, 2026

ଅଭିଷେକ ବାନାର୍ଜୀଙ୍କ ପରେ ମମତା ବାନାର୍ଜୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଉପରେ ଆକ୍ରମଣ

May 31, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

May 31, 2026

NLC RIL MoU: ଗୁଜୁରାଟରେ ଭୂତଳ ଗ୍ୟାସିଫିକେସନ ପାଇଁ ଏନଏଲସି ଓ ଆରଆଇଏଲ ମଧ୍ୟରେ ଚୁକ୍ତି

May 31, 2026

ମରାଠା ସଂରକ୍ଷଣ ଆନ୍ଦୋଳନ ମଧ୍ୟରେ ମନୋଜ ଜରାଙ୍ଗେଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ: ଭାଙ୍ଗିଲେ ଅନଶନ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.