ସୁବର୍ଣ୍ଣପୁର : ସ୍ଵାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତ । ସୋନପୁର ମହାନଦୀ ସେତୁ ଉପରୁ ଡେଇଁ ପଡିଲେ । ମହାନଦୀକୁ ଡେଇଁ ଜୀବନ ହରିବାକୁ ମହିଳା ଉଦ୍ୟମ କରୁଥିଲେ । ସ୍ଵାମୀ ସହ ଆସି ବ୍ରିଜ ଉପରେ ଫୋଟୋ ଉଠାଇବା ପରେ ହଠାତ ଡେଇଁ ପଡିଲେ । ଗାଧୋଉଥିବା ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କରିଥିଲେ । ଗୁରୁତର ମହିଳା ଙ୍କୁ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ୧୫ ଦିନ ତଳେ ମହିଳା ଜଣଙ୍କ ବିବାହ କରିଥିବାବେଳେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତେବେ କେଉଁ କାରଣ ପାଇଁ ସେ ଏପରି ପଦକ୍ଷେପ ନେଲେ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।


