Major Fire in Cuttack: କଟକ ପ୍ରେସଛକସ୍ଥିତ ମାଛ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହା ଏତେ ତୀବ୍ର ହୋଇଛି ଯେ, ଲିଭିବାର ନାଁ ଧରୁ ନାହିଁ। ଏହି ଅଗ୍ନିକାଣ୍ଡ ଫଳରେ ପ୍ରାୟ 30 ଟି ମାଛ ଗୋଦାମରେ ନିଆଁ ଲାଗିଯାଇଛି। ଏପରିକି ପାଖରେ ଥିବା ବିଭିନ୍ନ କୋଠାବାଡିରେ ମଧ୍ୟ ନିଆଁ ଧରିଦେଲାଣି। ପାଖରେ ଏକ ବ୍ୟାଙ୍କ ପ୍ରତି ବିପଦ ସୃଷ୍ଟି ହେଲାଣି। ଏହି ଅଗ୍ନିକାଣ୍ଡର ଧୂଆଁ ଏତେ ଜୋର ହୋଇଛି ଯେ, ଏହା ଓଭର ବ୍ରିଜ ଉପରକୁ ମଧ୍ୟ ଉଠିଯାଇଛି। ଏହି ନିଆଁକୁ ଦମକଳ ବାହିନୀ କ୍ରେନ ସାହାର୍ଯ୍ୟରେ ନିଆଁ ଲିଭାଇବାରେ ଲାଗିଛନ୍ତି। ତଥାପି ନିଆଁ ଲିବିବାର ନାଁ ଧରୁ ନାହିଁ।
ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ମାଛ ଗୋଦାମ ବିକ୍ରିବଟା ସରିବା ପରେ ଦୋକାନୀମାନେ ଘରକୁ ଚାଲିଯାଇଥିଲେ। ହଠାତ ରାତି ପ୍ରାୟ ତିନିଟା ବେଳେ ଏକ ଦୋକାନରୁ ନିଆଁ ବାହାରି ଚାରିଆଡେ ବ୍ୟାପି ଯାଇଥିଲା। ଖବର ପାଇ ଦମକଳ ବାହିନୀ ସେଠାରେ ପହଁଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ କରିପାରି ନ ଥିଲେ। ପରେ କ୍ରେନ ତଥା ରୋବେଟିକ ମାଧ୍ୟମରେ ନିଆଁ ଲିଭାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ସକାଳ 10 ଟା ସୁଦ୍ଧା ନିଆଁ ଆୟତକୁ ଆସିପାରି ନାହିଁ। ଏହି ଅଗ୍ନିକାଣ୍ଡ ଯୋଗୁଁ ବହୁ ବ୍ୟବସାୟୀଙ୍କର ବଣ୍ଡଲ ବଣ୍ଡଲ ଟଙ୍କା ପୋଡିଯାଇଥିବାର ଜଣାପଡିଛି।


