ନୂଆଦିଲ୍ଲୀ : ସିବିଏସଇକୁ ନେଇ ସରକାରଙ୍କ ମୁଣ୍ଡ ବ୍ୟାଥା କମୁନି । ସାରା ଦେଶରେ ସିବିଏସଇ ବିବାଦକୁ ନେଇ ଉଠୁଛି ଆଉ ପଡୁଛି । ଏହି ଭିତରେ ସରକାର ଲୋଖଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସିବିଏସଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ସେହିପରି ବରୁଣ ଭରଦ୍ଵାଜ ନୂତନ ସଚିବ ରୂପେ ନିଯୁକ୍ତ ହୋଇଛନ୍ତି । ଆଜି ସିବିଏସଇର ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି କରାଯାଇଥିଲା। ସିବିଏସଇର “ଅନ୍-ସ୍କ୍ରିନ୍ ମାର୍କିଂ” (OSM) ସିଷ୍ଟମରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। CBSE ଅନ-ସ୍କ୍ରିନ୍ ମାର୍କିଂ ପ୍ରକ୍ରିୟାରେ ଅନିୟମିତତାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛି। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ଡିଜିଟାଲ୍ ମୂଲ୍ୟାୟନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଜି ମଧ୍ୟ ସିବିଏସଇର ପୁନଃମୂଲ୍ୟାୟନ ପୋର୍ଟାଲ୍ ଆରମ୍ଭ ହେବାର କିଛି ସମୟ ପରେ ଏକ ବଡ଼ ସାଇବର ଆକ୍ରମଣର ଶିକାର ହୋଇଥିଲା । ସିବିଏସଇ 2 ଜୁନ୍, 2026 ରେ ବୋର୍ଡ ପରୀକ୍ଷା ସ୍କୋରରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ କରିଥିଲା। ଏହି ପୋର୍ଟାଲ ମାଧ୍ୟମରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ଉତ୍ତର ପତ୍ର ଯାଞ୍ଚ କରିପାରିବେ ଏବଂ ସେମାନଙ୍କର ମାର୍କ ପୁନଃମୂଲ୍ୟାୟନ କରିପାରିବେ। ମାତ୍ର ଏହି ପୋର୍ଟାଲଟି ଖୋଲୁନଥିବା ସୂଚନା ରହିଛି ।


