Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ
ଆଜିର ଖବର

ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

June 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ
ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’ ନିଜର ଦର୍ଶକମାନଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ ପ୍ରୟାସ କରିଥାଏ। ଏବେ ଚ୍ୟାନେଲ୍‌ର ନୂତନ ମେଗା ସିରିଏଲ୍ ‘କିଛି ସତ କିଛି ମିଛ’ ରେ ଏକ ବଡ଼ ଟ୍ୱିଷ୍ଟ ଆସିବାକୁ ଯାଉଛି। କାହାଣୀର ମୁଖ୍ୟ ଚରିତ୍ର ଆଲୋକ ଏବଂ ଛବିଙ୍କର ବିବାହ ଉତ୍ସବ ଖୁବ୍‌ ଶୀଘ୍ର ପରଦାକୁ ଆସିବ, ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

ମଙ୍ଗରାଜ ପରିବାରର ପୁଅ ଆଲୋକ ସହ ଛବିଙ୍କର ବିବାହର ସମସ୍ତ ରୀତିନୀତି ଯେପରିକି ହଳଦୀ, ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ବଡ଼ ଧୂମଧାମରେ ପାଳନ କରାଯିବ। ଏହି ବିବାହ ଓଡ଼ିଶା ଟେଲିଭିଜନ ଜଗତର ସବୁଠାରୁ ବଡ଼ ଉତ୍ସବ ହେବାକୁ ଯାଉଛି, କାରଣ ଏଥିରେ ଜୀ ସାର୍ଥକର ଅନ୍ୟ ସମସ୍ତ ମେଗା ଧାରାବାହିକର ନାୟକ ଓ ନାୟିକାମାନେ ଯୋଗ ଦେବେ ଓ ପ୍ରତ୍ଯେକ ସିନ୍ ହେବ ମନଲୋଭା ଓ ଆଣିବ କାହାଣୀରେ ରୋମାଞ୍ଚ।

ତେବେ ଏହି ଖୁସିର ମାହୋଲ ଭିତରେ ଛାୟାର ପ୍ରତିଶୋଧ ପରାୟଣ ମନୋଭାବ କାହାଣୀରେ ଏକ ନୂଆ ମୋଡ଼ ଆଣିବ। ପ୍ରତିଶୋଧ ଏବଂ ନ୍ୟାୟର ନିଆଁରେ ଜଳୁଥିବା ଛାୟା ଏହି ବିବାହ ଉତ୍ସବରେ କିଛି ଅଘଟଣ ଘଟାଇବ କି? କଣ ଏହି ଉତ୍ସବରେ ସବୁ ସତ ସାମ୍ନାକୁ ଆସିବ? ଏଭଳି ଅନେକ ରୋମାଞ୍ଚକର ପ୍ରଶ୍ନର ଉତ୍ତର ଆଗାମୀ ଏପିସୋଡ୍‌ଗୁଡ଼ିକରେ ମିଳିବ।

ଏହି ମେଗା ସିରିଏଲ୍‌ରେ ଆଲୋକ ଭୂମିକାରେ ଆର୍ଯ୍ୟ ପ୍ରଧାନ, ଛବି ଭୂମିକାରେ ଅର୍ଚ୍ଚିତା ରାଉତ ଏବଂ ଛାୟା ଭୂମିକାରେ ଅଦିତି ଦାଶ ଚମତ୍କାର ଅଭିନୟ କରୁଛନ୍ତି। ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ କହିଛନ୍ତି ଯେ, ଏହି କାହାଣୀ ଓଡ଼ିଶାର ପରମ୍ପରା, ଗ୍ରାମୀଣ ଜୀବନ ଓ ନୈତିକ ମୂଲ୍ୟବୋଧକୁ ସୁନ୍ଦର ଭାବେ ଉପସ୍ଥାପନ କରିବା ସହ ଦର୍ଶକଙ୍କୁ ବିବାହର ଏକ ଅନନ୍ୟ ଅନୁଭୂତି ତେବେ ନିଶ୍ଚୟ ଯୋଡି ହୁଅନ୍ତୁ ଏହି ଓଡ଼ିଶାର ମନୋରଂଜନ ଜଗତର ସବୁଠାରୁ ବଡ଼ ଉତ୍ସବ ସହିତ ବୋଲି କହିଛନ୍ତି ସେ ନିମନ୍ତ୍ରଣ ଦେଇଛନ୍ତି।

ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଧାରାବାହିକ ପ୍ରତି ସୋମବାରରୁ ଶନିବାର ରାତି ୮ ଟାରେ ପ୍ରସାରିତ ହେଉଛି। ତେବେ ଆପଣ ମଧ୍ୟ ଏହି ମେଗା ବିବାହ ଉତ୍ସବର ମଜା ନେବାକୁ ଜମାରୁ ଭୁଲନ୍ତୁ ନାହିଁ।

କିଛି ସତ କିଛି ମିଛ ଜୀ ସାର୍ଥକ ବିବାହ ଉତ୍ସବ ମନୋରଞ୍ଜନ ଚ୍ୟାନେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.