Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଦ୍ୟ ସୁରକ୍ଷା ନିଶ୍ଚିତ କରୁଛି ଏଫ୍‍ସିଆଇର ସାଇଲୋ ବ୍ୟବସ୍ଥା
ଆଜିର ଖବର

ଖାଦ୍ୟ ସୁରକ୍ଷା ନିଶ୍ଚିତ କରୁଛି ଏଫ୍‍ସିଆଇର ସାଇଲୋ ବ୍ୟବସ୍ଥା

June 3, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଖାଦ୍ୟ ସୁରକ୍ଷା ନିଶ୍ଚିତ କରୁଛି ଏଫ୍‍ସିଆଇର ସାଇଲୋ ବ୍ୟବସ୍ଥା
ଖାଦ୍ୟ ସୁରକ୍ଷା ନିଶ୍ଚିତ କରୁଛି ଏଫ୍‍ସିଆଇର ସାଇଲୋ ବ୍ୟବସ୍ଥା

ନୂଆଦିଲ୍ଲୀ: ଫସଲ ଅମଳ ପରେ ଏହାର ଠିକଣା ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ ପାରମ୍ପରିକ ଭାବେ ଭାରତରେ ଖାଦ୍ୟ ସଂରକ୍ଷଣ ପ୍ରକ୍ରିୟା ଜାରି ରହିଛି କିନ୍ତୁ ଉପଯୁକ୍ତ ସଂରକ୍ଷଣ ଅଭାବରୁ ପ୍ରତିବର୍ଷ ଆମ ଦେଶରେ ଆନୁମାନିକ ପ୍ରାୟ ୧୨ ରୁ ୧୬ ନିୟୁତ (୧.୨ରୁ ୧.୬ କୋଟି) ଟନ୍ ଖାଦ୍ୟଶସ୍ୟ ନଷ୍ଟ ହେଉଛି।  ଯେଉଁ ଦେଶରେ ଚାଷୀଙ୍କଠାରୁ ବହୁ ପରିମାଣରେ ଖାଦ୍ୟଶସ୍ୟ ସଂଗ୍ରହ କରାଯାଏ ଏବଂ ୮୦ କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟ ସହାୟତା ଯୋଗାଇ ଦିଆଯାଏ, ସେଠାରେ ଏହିଭଳି କ୍ଷତିକୁ ରୋକିବା ଉଭୟ ଅର୍ଥନୈତିକ ଆବଶ୍ୟକତା ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଜରୁରୀ ବିଷୟ।

ଏହି ଆହ୍ୱାନକୁ ଗ୍ରହଣ କରି, ଭାରତୀୟ ଖାଦ୍ୟ ନିଗମ (ଏଫ୍‍ସିଆଇ) ସାରା ଦେଶରେ ଆଧୁନିକ ଷ୍ଟିଲ୍ ସାଇଲୋ (କଣ୍ଟେନର ଭଳି ବଡ଼ ସଂରକ୍ଷଣ ପାତ୍ର) ର ଏକ ନେଟୱର୍କ ପ୍ରତିଷ୍ଠା କରିଛି। ଏହା ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟଶସ୍ୟ ସଂରକ୍ଷଣ ଆଧୁନିକୀକରଣ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ବୋଲି ଗ୍ରହଣ କରାଯାଉଛି। କାରଣ ଏହାଦ୍‍ୱାରା ପାରମ୍ପରିକ ସଂରକ୍ଷଣ ପଦ୍ଧତି ବଦଳରେ ବୈଜ୍ଞାନିକ ତଥା ପ୍ରଯୁକ୍ତିବିଦ୍ୟା-ଆଧାରିତ ବ୍ୟବସ୍ଥା ଆପଣାଯାଉଛି।  ଫଳରେ ଖାଦ୍ୟଶସ୍ୟର ଗୁଣବତ୍ତା ବଜାୟ ରହିବା ସହ ଶସ୍ୟ ନଷ୍ଟ ହେବାର ଆଶଙ୍କା ହ୍ରାସ ପାଉଛି।

ସାଧାରଣ ଗୋଦାମ ଗୃହ ତୁଳନାରେ ଏହି ସାଇଲୋଗୁଡ଼ିକରେ ଆର୍ଦ୍ରତା-ନିୟନ୍ତ୍ରଣ ବ୍ୟବସ୍ଥା, ବାୟୁ ଚଳାଚଳ ସୁବିଧା, ସ୍ୱୟଂଚାଳିତ ମହଜୁଦ ପରିଚାଳନା ଏବଂ ଯାନ୍ତ୍ରିକ ଖାଦ୍ୟଶସ୍ୟ ପରିଚାଳନା ବ୍ୟବସ୍ଥା ରହିଛି। ଏହି ସବୁ ବୈଶିଷ୍ଟ୍ୟ ଦୀର୍ଘ ସମୟ ଧରି ଖାଦ୍ୟଶସ୍ୟର ଗୁଣବତ୍ତା ବଜାୟ ରଖିବାରେ ସାହାଯ୍ୟ କରେ, ପାରମ୍ପରିକ ସ୍ଥାନାନ୍ତରଣ ପ୍ରକ୍ରିୟାରେ ହେଉଥିବା କ୍ଷତିକୁ ହ୍ରାସ କରେ ଏବଂ ସମଗ୍ର ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ।

ଏଫ୍‍ସିଆଇର ‘ହବ୍-ଆଣ୍ଡ-ସ୍ପୋକ୍’ ମଡେଲ୍ ଅଧୀନରେ ଦେଶର ୨୪୯ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ବିକଶିତ କରାଯାଉଛି, ଯାହାର ପରିକଳ୍ପିତ ସଂରକ୍ଷଣ କ୍ଷମତା ୧୦୮ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ। କେବଳ ଅତିରିକ୍ତ ସଂରକ୍ଷଣ ସ୍ଥାନ ସୃଷ୍ଟି କରିବା ଏହି ଯୋଜନାର ଲକ୍ଷ୍ୟ ନୁହେଁ, ବରଂ ସାରା ଦେଶରେ ଖାଦ୍ୟଶସ୍ୟର ପରିଚାଳନା, ପରିବହନ ଏବଂ ସଂରକ୍ଷଣ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବା ଏହାର ମୂଳ ଉଦ୍ଦେଶ୍ୟ। ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଦ୍ୱାରା ସାମଗ୍ରୀର ଉତ୍ତମ ସୁରକ୍ଷା ସୁନିଶ୍ଚିତ ହେବା ସହ ଖାଦ୍ୟଶସ୍ୟର ଦ୍ରୁତ ପରିବହନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ର କାର୍ଯ୍ୟଦକ୍ଷତାରେ ସୁଧାର ଆସିପାରିବ।

ବୃହତ୍ ପରିମାଣର ପୁଞ୍ଜିନିବେଶ ଏବଂ ସ୍ୱତନ୍ତ୍ର ଭିତ୍ତିଭୂମିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସରକାରୀ-ବେସରକାରୀ ସହଭାଗିତା (ପିପିପି) ମଡେଲ୍ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ୨୦୨୧ ମସିହାଠାରୁ, ମୁକ୍ତ ଏବଂ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟା ମାଧ୍ୟମରେ ପ୍ରାୟ ୬୦ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପ୍ରଦାନ କରାଯାଇଛି।

‘ହବ୍-ଆଣ୍ଡ-ସ୍ପୋକ୍’ କାର୍ଯ୍ୟକ୍ରମର ଦୁଇଟିଯାକ ପର୍ଯ୍ୟାୟରେ ବେସରକାରୀ କ୍ଷେତ୍ରର ଅନେକ ପ୍ରତିଷ୍ଠିତ ସଂସ୍ଥା ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ‘ଅଦାନୀ ଏଗ୍ରି ଲଜିଷ୍ଟିକ୍ସ ଲିମିଟେଡ୍’  ଏବଂ ‘ଲିପ୍ ଇଣ୍ଡିଆ ଫୁଡ୍ ଆଣ୍ଡ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦୁଇଟି ସବୁଠାରୁ ବଡ଼ ଅଂଶଗ୍ରହଣକାରୀ ଭାବେ ସାବ୍ୟସ୍ତ ହୋଇଛନ୍ତି। ଏହି ଦୁଇ ସଂସ୍ଥା ମିଳିତ ଭାବେ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ୬୦ ଲକ୍ଷ ମେଟ୍ରିକ୍ ଟନ୍ ମଧ୍ୟରୁ ପ୍ରାୟ ୪୬.୫ ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ କ୍ଷମତାର ଚୁକ୍ତି ହାସଲ କରିଛନ୍ତି। ଏହା ସହିତ ଅନ୍ୟ କେତେକ କମ୍ପାନୀ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଏସ୍‍ଏଆର୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍, ସବିନା ଆରୋରାଙ୍କ ନେତୃତ୍ୱାଧୀନ କନସୋର୍ଟିୟମ୍ , ଶ୍ରୀ କର୍ଣ୍ଣୀ ଟ୍ରେଡର୍ସ, ସନ୍ଦୀପ ଟ୍ରେଡର୍ସ, ମାପସ୍କୋ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍, ଇଣ୍ଡିଆ ପୋଟାସ୍ ଲିମିଟେଡ୍, ବେଦୁ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍, ଓପିଜି ପାୱାର ଜେନେରେସନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅନ୍ୟାନ୍ୟ ସଂସ୍ଥା ସାମିଲ ରହିଛନ୍ତି।

ଟେଣ୍ଡର ତଥ୍ୟ ଅନୁଯାୟୀ, ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟାରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା:

  • ପ୍ରଥମ ପର୍ଯ୍ୟାୟ: ଏହି ପର୍ଯ୍ୟାୟର ତିନୋଟିଯାକ ପ୍ରକଳ୍ପରେ ୪ ରୁ ୭ ଜଣ ବିଡର ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ପ୍ରକଳ୍ପରେ ୩ ରୁ ୧୫ ଜଣ ବିଡରଙ୍କୁ ଆକର୍ଷିତ କରାଯାଇପାରିଥିଲା।
  • ନିଲାମର ବିଶେଷତ୍ୱ: ପ୍ରଥମ ପର୍ଯ୍ୟାୟରେ ସବୁଠାରୁ କମ୍ ମୂଲ୍ୟ ଉଲ୍ଲେଖ କରି ଅଦାନୀ ଏଗ୍ରି ଲଜିଷ୍ଟିକ୍ସ ତିନୋଟିଯାକ ପ୍ରକଳ୍ପ ହାସଲ କରିଥିଲା। ଅନ୍ୟପଟେ ଲିପ୍ ଇଣ୍ଡିଆ ପ୍ରଥମ ପର୍ଯ୍ୟାୟର ସମସ୍ତ ଟେଣ୍ଡରରେ ଭାଗ ନେଇଥିଲେ ମଧ୍ୟ ସେମାନଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟ ଅଧିକ ଥିବାରୁ କୌଣସି ପ୍ରକଳ୍ପ ପାଇପାରିନଥିଲା।
  • ଓଲଟା ସ୍ଥିତି: ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଥିଲା। ୧୭ଟି ପ୍ରକଳ୍ପ ମଧ୍ୟରୁ ୧୨ଟିରେ ଲିପ୍ ଇଣ୍ଡିଆ ସଫଳ ନିଲାମଧାରୀ ଭାବେ ଉଭା ହୋଇଥିଲା। ଅନ୍ୟପଟେ ଅଦାନୀ ସମସ୍ତ ପ୍ରକଳ୍ପରେ ଭାଗ ନେଇଥିଲେ ମଧ୍ୟ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ମୂଲ୍ୟ ଦେଇଥିବାରୁ କୌଣସି ଚୁକ୍ତି ହାସଲ କରିପାରିନଥିଲା।
  • ଅନ୍ୟ କମ୍ପାନୀଙ୍କ ସଫଳତା: ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟାର ଆଧାରରେ ଏସ୍‍ଏଆର ଟ୍ରାନ୍ସପୋର୍ଟ ସିଷ୍ଟମ୍ସ, ସବିନା ଆରୋରା କନସୋର୍ଟିୟମ୍ ଏବଂ ଶ୍ରୀ କର୍ଣ୍ଣୀ ଟ୍ରେଡର୍ସ ଭଳି ଅନ୍ୟ କମ୍ପାନୀ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକଳ୍ପ ହାସଲ କରିବାରେ ସଫଳ ହୋଇଥିଲେ।

କ୍ଷମତାର ବଣ୍ଟନ ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରତିଯୋଗିତାମୂଳକ ମନୋଭାବକୁ ଦର୍ଶାଉଛି:

  • ସବୁଠାରୁ ବଡ଼ ଅଂଶଗ୍ରହଣକାରୀ ସଂସ୍ଥା ଅଦାନୀ ଏଗ୍ରି ଲଜିଷ୍ଟିକ୍ସ ୨୮.୨୫ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ହାସଲ କରିଛି, ଯାହା ମୋଟ ଟେଣ୍ଡର ହୋଇଥିବା କ୍ଷମତାର ଅଧାରୁ କମ୍ ଅଟେ।
  • ଲିପ୍ ଇଣ୍ଡିଆ ୧୮.୨୫ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ହାସଲ କରିଥିବା ବେଳେ ଅବଶିଷ୍ଟ କ୍ଷମତା ଅନ୍ୟ ସଫଳ ନିଲାମଧାରୀମାନଙ୍କୁ ପ୍ରଦାନ କରାଯାଇଛି।
  • ଏହି ବଣ୍ଟନ ପ୍ରଣାଳୀରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଚୁକ୍ତିଗୁଡ଼ିକ କୌଣସି ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତରେ ସୀମିତ ନରହି, ମୂଲ୍ୟ-ଆଧାରିତ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ସଠିକ୍ ଭାବେ ବଣ୍ଟନ କରାଯାଇଛି।

ସାଇଲୋ କାର୍ଯ୍ୟକ୍ରମର ସବୁଠାରୁ ବଡ଼ ପ୍ରମାଣ ଏହାର କାର୍ଯ୍ୟଦକ୍ଷତାରୁ ହିଁ ମିଳିଥାଏ:

  • ଗତ କିଛି ବର୍ଷ ମଧ୍ୟରେ ପାରମ୍ପରିକ ଗୋଦାମଗୁଡ଼ିକରେ ଖାଦ୍ୟଶସ୍ୟ ନଷ୍ଟ ହେବା ପରିମାଣ କ୍ରମାଗତ ଭାବେ ହ୍ରାସ ପାଇଛି (ଯେପରିକି ୨୦୨୩-୨୪ ରେ ୧୦,୩୪୮ ଟନ୍‌ରୁ ହ୍ରାସ ପାଇ ୨୦୨୪-୨୫ ରେ ୭,୮୫୮ ଟନ୍ ଏବଂ ୨୦୨୫-୨୬ ରେ ପ୍ରାୟ ୨,୨୪୭ ଟନ୍‌ ହୋଇଛି)। କିନ୍ତୁ ଅନ୍ୟପଟେ, ସାଇଲୋଗୁଡ଼ିକର ପ୍ରତିଷ୍ଠା ଦିନଠାରୁ ସେଥିରେ ସଂରକ୍ଷିତ କୌଣସି ବି ଖାଦ୍ୟଶସ୍ୟ ନଷ୍ଟ ହୋଇଥିବାର ସୂଚନା ମିଳିନାହିଁ।
  • ଏହା ଖାଦ୍ୟଶସ୍ୟର ଗୁଣବତ୍ତା ରକ୍ଷା କରିବା ଏବଂ ଅପଚୟ ରୋକିବାରେ ବୈଜ୍ଞାନିକ ସଂରକ୍ଷଣ ବ୍ୟବସ୍ଥାର ବଡ଼ ସଫଳତାକୁ ଦର୍ଶାଉଛି।

ଭାରତ ନିଜର ଖାଦ୍ୟ ପରିଚାଳନା ଭିତ୍ତିଭୂମିର ଆଧୁନିକୀକରଣ ଜାରି ରଖିଥିବାବେଳେ, ଖାଦ୍ୟ ସୁରକ୍ଷାକୁ ସଦୃଢ଼ କରିବା, ଯୋଗାଣ ଶୃଙ୍ଖଳାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏବଂ ଚାଷୀଙ୍କ ଠାରୁ ସଂଗୃହୀତ ଶସ୍ୟ ଯେପରି ଅତି କମ୍ କ୍ଷତିରେ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେଥିରେ ଏହି ସାଇଲୋ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏଭଳି ସମୟରେ ଯେତେବେଳେ ପ୍ରତ୍ୟେକ ଟନ୍ ଖାଦ୍ୟଶସ୍ୟର ମୂଲ୍ୟ ଅତି ଗୁରୁତ୍ୱପୂର୍ଣ୍ଣ, ଆଧୁନିକ ସାଇଲୋ ଭିତ୍ତିଭୂମିର ସମ୍ପ୍ରସାରଣ ଏକ ଅଧିକ ଦକ୍ଷ, ସୁଦୃଢ଼ ଏବଂ ଭବିଷ୍ୟତ-ଉପଯୋଗୀ ଖାଦ୍ୟ ସଂରକ୍ଷଣ ବ୍ୟବସ୍ଥା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ, ଏହା ନିଃସନ୍ଦେହ।

ଏଫ୍‍ସିଆଇ ଖାଦ୍ୟ ସୁରକ୍ଷା ବୈଜ୍ଞାନିକ ସଂରକ୍ଷଣ ସାଇଲୋ ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

‘ଇଗ୍ନୋ’ ରେ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ଓ ପୁନଃ ପଂଜିକରଣ ଆରମ୍ଭ

June 3, 2026

ଟିଏମସିକୁ ବଡ଼ ଝଟକା!: କୋଲକାତା ମେୟର ପଦରୁ ଇସ୍ତଫା ଦେଲେ ଫିରହାଦ ହକିମ

June 3, 2026

ରାମେଶ୍ୱରରୁ ପାରାଦୀପକୁ ଯୋଡ଼ିବ ଉପକୂଳ ରାଜପଥ: କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

June 3, 2026

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

June 3, 2026
Latest News

ଖାଦ୍ୟ ସୁରକ୍ଷା ନିଶ୍ଚିତ କରୁଛି ଏଫ୍‍ସିଆଇର ସାଇଲୋ ବ୍ୟବସ୍ଥା

June 3, 2026

‘ଇଗ୍ନୋ’ ରେ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ଓ ପୁନଃ ପଂଜିକରଣ ଆରମ୍ଭ

June 3, 2026

ଟିଏମସିକୁ ବଡ଼ ଝଟକା!: କୋଲକାତା ମେୟର ପଦରୁ ଇସ୍ତଫା ଦେଲେ ଫିରହାଦ ହକିମ

June 3, 2026

ରାମେଶ୍ୱରରୁ ପାରାଦୀପକୁ ଯୋଡ଼ିବ ଉପକୂଳ ରାଜପଥ: କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

June 3, 2026

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.