ବ୍ରହ୍ମପୁର: (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଦଳିତ ଓ ଆଦିବାସୀମାନେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଦଳିତ ଓ ଆଦିବାସୀମାନଙ୍କ ଅଧିକାରୀ ପାଇଁ ସଂଗ୍ରାମ କରି ଆସୁଥିବା ବିଭିନ୍ନ ସଂଗଠନ ଯଥା ଏଆଇକେଏମ ଏସ୍ , ଓଡ଼ିଶା ଦଳିତ ମହାସଭା ଓ ଅଖିଳ ଭାରତୀୟ ଆଦିବାସୀ ଫୋରମ୍ ଓ ରୁଷିକୁଲ୍ୟା ରୟତି ମହାସଭା ପକ୍ଷରୁ ଏହି ଘେରାଉ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଯଥା ଚାଷ ଓ ବାସ କରି ରହୁଥିବା ଚାଷୀମାନେ ଜମି ପଟ୍ଟା ପାଇପାରୁନାହାଁନ୍ତି। ଯାହା ଫଳରେ ସେମାନେ ବିଭିନ୍ନ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି।
ବିଶେଷ କରି ଉକ୍ତ ଅଞ୍ଚଳରେ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ ଗମନାଗମନ ସୁବିଧା ର ମୁଳ ସମସ୍ୟା ରହିଛି। ଏହି ଭଳି ପରିସ୍ଥିତିରେ ବିଭିନ୍ନ ସଂଗଠନ ନେତୃବୃନ୍ଦ ମଥା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରତାପ ନାୟକ, ସଂଗ୍ରାମ ନାୟକ, ଲଡୁ କିଶୋର ଡାକୁଆ,ଯକ୍ଷ ଗମାଙ୍ଗ,ସିମାଞ୍ଚଳ ନାହାକ ଙ୍କ ଭଳି ବହୁ ନେତୃବୃନ୍ଦ ଅଂଶଗ୍ରହଣ କରି ଅବହେଳିତ ଦଳିତ ଓ ଆଦିବାସୀମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।


