ଭୁବନେଶ୍ଵର : ଆସନ୍ତା ୨୮ ତାରିଖରେ ହେବ OTET ପରୀକ୍ଷା । OTET ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ୨୧ ତାରିଖ ପରିବର୍ତ୍ତେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ। ପ୍ରଥମ ପେପର ସକାଳ ୯ଟାରୁ ୧୧:୩୦ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପେପର ଦିନ ୨ଟାରୁ ୪:୩୦ ପର୍ଯ୍ୟନ୍ତ ହେବ। ପରୀକ୍ଷାର୍ଥୀମାନେ ୧୭ ତାରିଖରୁ BSE Odisha ୱେବସାଇଟ୍ରେ ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।


