Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି
ଆଜିର ଖବର

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି
ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ନୂଆଦିଲ୍ଲୀ: ଚଳିତ ମାସ ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ନିର୍ବିଘ୍ନ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଡିଜିପି ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି କିମ୍ବା ବ୍ୟତିକ୍ରମ ନ ଘଟିବା ପାଇଁ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ତଦାରଖ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସମାଗମ ହେବାର ସମ୍ଭାବନା ଥିବାରୁ ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ହେଲିପ୍ୟାଡ୍, ସଭାସ୍ଥଳ ଏବଂ ଭିଭିଆଇପିଙ୍କ ଯାତାୟାତ ମାର୍ଗରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବା ସହ ବୈଷୟିକ ଯାଞ୍ଚ ଓ ଆଣ୍ଟି-ସାବୋଟାଜ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣ ଜନତାଙ୍କ ଯାତାୟାତରେ ଯେପରି ସର୍ବନିମ୍ନ ବାଧା ସୃଷ୍ଟି ହୁଏ, ସେଥିପାଇଁ ମୟୂରଭଞ୍ଜର ପ୍ରମୁଖ ସଡ଼କଗୁଡ଼ିକରେ ଆବଶ୍ୟକ ଟ୍ରାଫିକ ଡାଇଭର୍ସନ ବ୍ୟବସ୍ଥା କରାଯିବ ଏବଂ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ଅତିରିକ୍ତ ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି।

ଭିଡ଼ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏସଓଜି, ଷ୍ଟ୍ରାଇକିଂ ଫୋର୍ସ ଓ କେ-୯ ସ୍ପେଶାଲ ସ୍କ୍ୱାଡ୍ ନିୟୋଜିତ କରାଯିବ। ସେହିପରି ସମଗ୍ର ଅଞ୍ଚଳର ନିରୀକ୍ଷଣ ପାଇଁ ଅତିରିକ୍ତ ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ସର୍ଭେଲାନ୍ସର ବ୍ୟବସ୍ଥା କରାଯିବ।

ମୟୂରଭଞ୍ଜ ଏକ ସୀମାନ୍ତ ଜିଲ୍ଲା ହୋଇଥିବାରୁ ପଡ଼ୋଶୀ ରାଜ୍ୟ ସୀମାନ୍ତରେ ନାକାବନ୍ଦୀ ଓ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯିବ। ଏଥିସହ ସ୍ଥାନୀୟ ହୋଟେଲ, ଲଜ୍ ଓ ଅନ୍ୟାନ୍ୟ ଆବାସିକ ସ୍ଥାନଗୁଡ଼ିକରେ ନିୟମିତ ଯାଞ୍ଚ ଓ ତଦାରଖ ଜାରି ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଆପାତକାଳୀନ ଚିକିତ୍ସା ସେବା, ଅଗ୍ନିଶମ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଏବଂ ଜିଲ୍ଲା ପ୍ରଶାସନ ସହ ତ୍ୱରିତ ସମନ୍ୱୟ ରକ୍ଷା କରି ଯେକୌଣସି ପରିସ୍ଥିତିର ତତ୍କାଳ ମୁକାବିଲା କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ପୋଲିସ କମିସନର (ଭୁବନେଶ୍ୱର-କଟକ) ଡଃ ଦେବଦତ୍ତ ସିଂହ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାସହ ଆଭାସୀ ମାଧ୍ୟମରେ ଡିଆଇଜି (ପୂର୍ବାଞ୍ଚଳ) ପିନାକ ମିଶ୍ର ଏବଂ ଏସପି (ମୟୂରଭଞ୍ଜ) ଶ୍ରୀ ବରୁଣ ଗୁଣ୍ଟୁପାଲି ପ୍ରମୁଖ ଯୋଗଦେଇଥିଲେ।

ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଗସ୍ତ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026

ପ୍ରତିବାଦ ସମୟରେ AK-47 ରୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀ ନିଲମ୍ବିତ

July 27, 2026

ବଡ଼ ଖୁଲାସା!: CJPର ସଂସଦ ପଦଯାତ୍ରା ସମୟରେ ଯବାନଙ୍କ ପେଲେଟ୍ ବନ୍ଧୁକରୁ ଚାଲିଥିଲା ଗୁଳି

July 27, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଏବେ ଏହି ୩ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ପାଳି?: ଜୋର ଧରିଲା ଇସ୍ତଫା ଦାବି 

July 27, 2026
Latest News

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026

ପ୍ରତିବାଦ ସମୟରେ AK-47 ରୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀ ନିଲମ୍ବିତ

July 27, 2026

ବଡ଼ ଖୁଲାସା!: CJPର ସଂସଦ ପଦଯାତ୍ରା ସମୟରେ ଯବାନଙ୍କ ପେଲେଟ୍ ବନ୍ଧୁକରୁ ଚାଲିଥିଲା ଗୁଳି

July 27, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଏବେ ଏହି ୩ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ପାଳି?: ଜୋର ଧରିଲା ଇସ୍ତଫା ଦାବି 

July 27, 2026

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜଣେ ଟାଣୁଆ ନେତା ସୁଶାନ୍ତ ସିଂହଙ୍କ ପରଲୋକ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.