ଭୁବନେଶ୍ୱର: ଭୁବନେଶ୍ୱରକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କ ନିରାପଦ ରହଣୀ ପାଇଁ ଜନପଥ ଠାରେ ଏକ ୨୦ ମହଲା ବିଶିଷ୍ଟ ଜନାଶ୍ରୟ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିଛନ୍ତି । ୮୭୪ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବାକୁ ଥିବା ଏହି ଭବନରେ ୨୦୦୦ ଲୋକଙ୍କ ପାଇଁ ସମସ୍ତ ସୁବିଧା ସହ ସ୍ୱଳ୍ପ ମୂଲ୍ୟରେ ସ୍ୱଳ୍ପକାଳୀନ ରହଣୀ ବ୍ୟବସ୍ଥା କରାଯିବ ।


