ନୂଆଦିଲ୍ଲୀ : DG ପଦବୀ ପାଇଁ ଦେଶର ୩୩ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। ଏଥିପାଇଁ କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି । ଓଡିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସଙ୍କୁ ଚୟନ କରାଯାଇଛି । ଆଇପିଏସ ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ ରଣିପସେ ମନୋନୀତ ହୋଇଛନ୍ତି । ଏହି ଏମ୍ପାନେଲମେଣ୍ଟ ପରେ ଉଭୟ ଅଧିକାରୀ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଗୁଡ଼ିକରେ ଉଚ୍ଚ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ହେବେ। ଡଃ ସୁଧାଂଶୁ ଷଡ଼ଙ୍ଗୀ ଓଡ଼ିଶାର ପରବର୍ତ୍ତୀ ଡିଜିପି ଦୌଡ଼ରେ ମଧ୍ୟ ଅଛନ୍ତି।


