ଭୁବନେଶ୍ଵର : ନୂଆ ଶିକ୍ଷା ନୀତି ଲାଗୁ ହେବା ପରେ ବଦଳିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ । ମାତ୍ର ଏହି ନୂତନ ପୁସ୍ତକ ରେ ୧୬୭୮ ଭୁଲ ରହିଥିବାର ଅଭିଯୋଗ ହୋଇଛି । ସର୍ବାଧିକ ୭୦୫ଟି ଭୁଲ ଅଷ୍ଟମ ଶ୍ରେଣୀ ବହିରେ ରହିଛି । ଯାହାକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ପ୍ରଶ୍ନ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି । ଘରୋଇ ସ୍କୁଲ ଶିକ୍ଷକଙ୍କ ଦ୍ଵାରା ପୁସ୍ତକ କରାଯାଇଥିବା ଗୁରୁତର ଅଭିଯୋଗ ହୋଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ତ୍ରୁଟି ସଂଶୋଧନ କରି ପୁସ୍ତକ ଯୋଗାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କହିଛି । ଏଭଳି ଦାୟିତ୍ୱହୀନତା, ଚରମ ବିଶୃଙ୍ଖଳାର ତଦନ୍ତ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି। ସ୍କୁଲ ଖୋଲିବାକୁ ଆଉ ଦିନ କେଇଟା ଥିବାବେଳେ ପାଠ୍ୟପୁସ୍ତକରେ ଏପରି ଭୁଲ ସଂପୂର୍ଣ୍ଣ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନ ସୃଷ୍ଟି କରିଛି।


