ରାଇରଙ୍ଗପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରୁ ବାୟୁସେନା ହେଲିକାପ୍ଟରରେ ପାହାଡପୁରରେ ପହଞ୍ଚିଛନ୍ତି। ସେଠାରେ ସେ ଆଜି ତାଙ୍କର ଜନ୍ମ ଉତ୍ସବ ପାଳନ କରିବେ। ଏହି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବେ। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଜନ୍ମମାଟି ପାହାଡପୁର ଭ୍ରମଣ କରିବେ। ସେଠାରେ ଆଦିବାସୀଙ୍କ ପୂଜାପାଠରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହେବେ।
ଏହାପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ପାଳନ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ୪୬ ହଜାର ୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦେଖି ସେଠାରେ ସୁରକ୍ଷା ବ୍ୟବସ୍ଥା ପୁରା କଡାକଡି କରାଯାଇଛି।


