ବରହମପୁର : ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଛାତ୍ରୀ ସ୍ମୃତି ଭୋଳଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ବିଶ୍ୱଜିତ ଜେନାଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା ପୋଲିସ। ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ପରେ ଏହି ଗିରଫଦାରୀ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ BNS ଧାରା 108 ଅନୁସାରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ରହିଛି ଯେ, ବିଶ୍ୱଜିତଙ୍କ ସହ ପାଟିତୁଣ୍ଡ ଓ ଲଗାତାର ମାନସିକ ନିର୍ଯାତନା ଯୋଗୁଁ ସ୍ମୃତି ଏହି ଚରମ ପଦକ୍ଷେପ ନେଇଥିଲେ।
ସୂଚନାଯୋଗ୍ୟ, ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ବିସିଏ ଶେଷ ବର୍ଷର ଛାତ୍ରୀ ସ୍ମୃତି ଭୋଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି ହୋଇଛି।


