Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ତମେ ମୋତେ ବାନ୍ଧିଥିଲ, ମୁଁ ତମକୁ ବାନ୍ଧିବି, ଏବେ ହିସାବ ବରାବର : ଅମିତ ଶାହା ବନାମ ଚିଦମ୍ବରମ
ମତାମତ

ତମେ ମୋତେ ବାନ୍ଧିଥିଲ, ମୁଁ ତମକୁ ବାନ୍ଧିବି, ଏବେ ହିସାବ ବରାବର : ଅମିତ ଶାହା ବନାମ ଚିଦମ୍ବରମ

August 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ୟୂପିଏ ସରକାର ଅମଳରେ ତତ୍କାଳୀନ ଗୁଜରାଟ ରାଜ୍ୟର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଫେକ ପୋଲିସ ଏନକାଉଣ୍ଟର ମାମଲାରେ ଅମିତ ଶାହାଙ୍କୁ ସେତେବେଳେ ସିବିଆଇ ଗିରଫ କରିଥିଲା। ୨୦୦୨ ଗୁଜରାଟ ଦଙ୍ଗା ଓ ଏହାର ପରିସରରେ ଘଟିଥିବା ଅନେକ ପ୍ରକାର ଅପରାଧର ତଦନ୍ତ ୟୁପିଏ ସରକାର ଆସିବା ପରେ ଆରମ୍ଭ ହୋଇଥିଲା। ଏହି ମାମଲାରେ ଅମିତ ଶାହା ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ। ତାଙ୍କୁ ଗୁଜରାଟରେ ପ୍ରବେଶ ନ କରିବାକୁ ସେତେବେଳେ ଅଦାଲତ ହୁକୁମ ଦେଇଥିଲେ। ସମୟର ପରିବର୍ତ୍ତନ ସହିତ ରାଜନୀତି ବଦଳିଛି। କାଲିର ତଡିପାର ଘୋଷିତ ହୋଇଥିବା  ଅମିତ ଶାହା ଆଜି ଘଟଣାଚକ୍ରରେ ଦେଶର ଗୃହ ମନ୍ତ୍ରୀ ଓ ୟୁପିଏ ସରକାରଙ୍କ ଗୃହ ମନ୍ତ୍ରୀ ଥିବା ପି. ଚିଦମ୍ବରମ ବିରୋଧୀ ଦଳର ନେତା। ଆଜି ଚିଦମ୍ବରମ ଙ୍କ ଘର ଆଗରେ ସିବିଆଇ ଛିଡ଼ା ହୋଇଛି। ଚିଦମ୍ବରମଙ୍କ ଦୁଆରରେ ସିବିଆଇ କୁ ଦେଖି ଆପାତତଃ ଏୟା ମନେହେଉଛି ଯେ, ତମେ ମୋତେ ବାନ୍ଧି ଥିଲ, ତେଣୁ ମୁଁ ତମକୁ ବାନ୍ଧିବି ନ୍ୟାୟ ରେ ଏହା ସିଧା ସଳଖ ଏକ ରାଜନୈତିକ ନାଟକ।

ଗତ ପାଞ୍ଚ ବର୍ଷ ଧରି ଏଆରସେଲ ମାକ୍ସିସ ଘଟଣାର ତଦନ୍ତ ସିବିଆଇ କରୁଛି। ଚିଦମ୍ବରମ ଙ୍କ ପରିବାର ଏହି ଘୋଟାଲାରେ ଜଡ଼ିତ କି ନୁହନ୍ତି, ତାର ବିଚାର ଅଦାଲତ କରିବେ। ଏହି ମାମଲାରେ ଗତ ପାଞ୍ଚବର୍ଷ ଧରି ସିବିଆଇ ନିଜର ତଦନ୍ତ ବିଳମ୍ବିତ କରିଚାଲିଛି। ଇତିମଧ୍ୟରେ  ୟୁପିଏ ସରକାର ଅମଳର ବହୁ ପୂର୍ବତନ ମନ୍ତ୍ରୀ ବିଜେପି ରେ ଯୋଗଦେଇ ନିଜକୁ ଦୋଷ ମୁକ୍ତ କରି ସାରିଲେଣି। ମୁକୁଲ ରାୟଙ୍କ ଭଳି ଚିଟ ଫଣ୍ଡ ଅଭିଯୁକ୍ତ ନେତା ଏବେ ପଶ୍ଚିମବଙ୍ଗରେ ବିଜେପିର ସବୁଠୁ ବଡ ଚେହେରା। ସେହି ପୃଷ୍ଠଭୂମିରେ ବିଚାର କଲେ,  ହୁଏତ ଚିଦାମ୍ବରମ ଓ ତାଙ୍କ ପୁଅଙ୍କ ଊପର ସେ ପ୍ରକାର ଚାପ ଥାଇପାରେ। ଏବେ ଚିଦାମ୍ବରମ ଗିରଫ ହେବା ଏକପ୍ରକାର ନିଶ୍ଚିତ ମନେ ହେଉଛି। ଏହାକୁ ନେଇ କଂଗ୍ରେସକୁ ରାଜନୈତିକ ଚାପରେ ରଖିବା ପାଇଁ ବିଜେପି ଚେଷ୍ଟା କରୁଛି। ବିଭିନ୍ନ ସ୍ତରରେ ଓ ପ୍ରକ୍ରିୟାରେ କଂଗ୍ରେସକୁ ଅକ୍ଷମ କରିରଖିବାରେ ବିଜେପି ନିଜର ସଠିକ ଗୋଟିଚାଳନା କରିବାରେ ସଫଳ ହେଉଛି।

ଅପରପକ୍ଷରେ କଂଗ୍ରେସ ଚିଦମ୍ବରମ ଙ୍କ ସପକ୍ଷରେ ଠିଆ ହୋଇଥିଲେ ମଧ୍ୟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚିଦାମ୍ବରମ ଓ ତାଙ୍କ ପରିବାର ପ୍ରତି ବିତୃଷ୍ଣ।ଗତ ନିର୍ବାଚନର ଫଳାଫଳ ବାହାରିବା ପରେ ରାହୁଲ ଗାନ୍ଧୀ ଚିଦମ୍ବରମଙ୍କୁ ତାଙ୍କର ପୁତ୍ରମୋହ ଲାଗି ସିଧାସଳଖ ସମାଲୋଚନା କରିଥିଲେ। ତେଣୁ କଂଗ୍ରେସ ରାଜନୀତିର ଦୁର୍ବଳ ସ୍ଥିତିକୁ ଦେଖି  ଆବଶ୍ୟକ ପଡ଼ିଲେ କୌଣସି ମୁହୂର୍ତ୍ତରେ ଚିଦମ୍ବରମ ବାପ ପୁଅ ମୋଦି-ଶାହଙ୍କ ଶରଣାପନ୍ନ ହୋଇପାରନ୍ତି ବୋଲି ଶୁଣାଯାଉଛି। ବିଜେପି ଭିତରେ ଭଲ ପ୍ରତିଭାର ଅଭାବ ରହିଛି ଓ ଚିଦାମ୍ବରମ ତାହା ପୂରଣ କରି ପାରିବେ ବୋଲି କୁହାଯାଉଛି। ସୁଷମା ସ୍ବରାଜଙ୍କ ଦେହାନ୍ତ ଓ ଅରୁଣ ଜେଟଲିଙ୍କ ସ୍ଵାସ୍ଥ୍ୟାବସ୍ଥା କାରଣରୁ ବିଜେପିରେ ଏକ ପ୍ରକାର ବୌଦ୍ଧିକ ଶୂନ୍ୟତା ଦେଖା ଦେଇଛି। ବର୍ତ୍ତମାନ ସ୍ଥିତିରେ ବିଜେପିକୁ ଚିଦମ୍ବରମଙ୍କ ଭଳି ଜଣେ କର୍ପୋରେଟ ସମର୍ଥକ ମୁଣ୍ଡର ଆବଶ୍ୟକତା ରହିଛି। ଅର୍ଥନୀତିର ମାନ୍ଦାବସ୍ଥାକୁ ସୁଧାରିବା ଭଳି ରାଜନୈତିକ ପ୍ରତିଭା ବିଜେପିରେ ନାହାନ୍ତି। ସେଥିପାଇଁ ଯେ କୌଣସି ପ୍ରକାର ଚାପ ପକେଇ ଚିଦାମ୍ବରମ ଙ୍କୁ କଂଗ୍ରେସଛଡା  କରାଇବା ଲାଗି ଏହା ଏକ ରାଜନୈତିକ ପ୍ରୟାସ।

ବାସ୍ତବରେ ଏହା ଦୁର୍ନୀତି ବିରୋଧରେ କିଛି ବଡ଼ ପଦକ୍ଷେପ ନୁହେଁ,ବରଂ ଏକ ରାଜନୈତିକ ନାଟକବାଜି ମାତ୍ର। ପି. ଚିଦମ୍ବରମ ଓ କାର୍ତ୍ତି ଚିଦାମ୍ବରମଙ୍କୁ ଯଥାଶୀଘ୍ର ବିଜେପିରେ ସ୍ଵାଗତ କରାଯାଏ ଯଦି, ଆଶ୍ଚର୍ୟ ହେବାର ବିଶେଷ କୌଣସି କାରଣ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.