Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ଡ! ବିୟର ବୋତଲରେ ଯୁବକଙ୍କ ଗଳା କାଟି ହତ୍ୟା
ଆଜିର ଖବର

ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ଡ! ବିୟର ବୋତଲରେ ଯୁବକଙ୍କ ଗଳା କାଟି ହତ୍ୟା

June 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ବିୟର ବୋତଲରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ମନମୁଣ୍ଡା ଥାନା ଅନ୍ତର୍ଗତ ମହୁଲି–ଡିଗି ରାସ୍ତା ନିକଟରେ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, କୌଣସି କଥାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେଇଥିଲା। ଅଭିଯୁକ୍ତ ଏକ ବିୟର ବୋତଲ ଭାଙ୍ଗି ତାହାର ଧାରାଳ ଅଂଶରେ ଯୁବକଙ୍କ ଗଳାକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଯୁବକ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ଘଟଣା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ମନମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ ହତ୍ୟାକାଣ୍ଡର ପ୍ରକୃତ କାରଣ, ଏଥିରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଜୋରଦାର କରିଛି। ସାମାନ୍ୟ ବଚସାରୁ ଏଭଳି ନିର୍ମମ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଅଭିଯୁକ୍ତଙ୍କ ପରିଚୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଜଘନ୍ୟ କାଣ୍ଡ ଯୁବକଙ୍କ ଗଳା କାଟି ହତ୍ୟା ସାମାନ୍ୟ ବଚସା
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲ ଉପରେ ଆଣ୍ଠୁଏ ପାଣି, ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଗର୍ଭବତୀଙ୍କୁ ବୋହିଲେ ପରିବାର

August 16, 2026

୧ ବର୍ଷ ମଧ୍ୟରେ MA ଡିଗ୍ରୀ ପ୍ରଦାନ କରିବ ଇଗ୍ନୋ: ଶୀଘ୍ର କରନ୍ତୁ ଆବେଦନ

August 16, 2026

ରାସ୍ତାକଡ଼ରେ ଅଜଣା ଯୁବକଙ୍କ ମୃତଦେହ ଠାବ

August 16, 2026

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026
Latest News

ପୋଲ ଉପରେ ଆଣ୍ଠୁଏ ପାଣି, ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଗର୍ଭବତୀଙ୍କୁ ବୋହିଲେ ପରିବାର

August 16, 2026

୧ ବର୍ଷ ମଧ୍ୟରେ MA ଡିଗ୍ରୀ ପ୍ରଦାନ କରିବ ଇଗ୍ନୋ: ଶୀଘ୍ର କରନ୍ତୁ ଆବେଦନ

August 16, 2026

ରାସ୍ତାକଡ଼ରେ ଅଜଣା ଯୁବକଙ୍କ ମୃତଦେହ ଠାବ

August 16, 2026

ଟିଏମସି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ ଉଦ୍ଧାର

August 16, 2026

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.