ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଦାନରେ ଅନିୟମିତତାର ଅଭିଯୋଗ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏତେ ଶୀଘ୍ର କାହିଁକି? କୋର୍ଟ ଖୋଲିବା ପରେ ତୁରନ୍ତ ଏହି ମାମଲାର ଶୁଣାଣି କରିବେ, ଅର୍ଥାତ୍ ଜୁଲାଇ ୧୨ ତାରିଖ ପରେ ହିଁ ମାମଲାର ଶୁଣାଣି ହେବ।
ଆବେଦନକାରୀ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି, ରାମ ଜନ୍ମଭୂମି ନ୍ୟାସ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଆବେଦନକାରୀ କହିଛନ୍ତି ଯେ, ମାମଲାରେ ଅଭିଯୋଗ ବହୁତ ଗମ୍ଭୀର, ଯାହାର ଶୀଘ୍ର ଶୁଣାଣି ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଶାସନର ମନୋଭାବ ମଧ୍ୟ ଅନେକ ପ୍ରଶ୍ନ ଉଠାଉଛି। ଆବେଦନକାରୀ କହିଛନ୍ତି ଯେ, ପ୍ରମାଣ ସହିତ ହେରଫେର ହେବାର ସମ୍ଭାବନା ଥିବାରୁ ଶୀଘ୍ର ଶୁଣାଣି ମଧ୍ୟ ଜରୁରୀ।


