ଭୁବନେଶ୍ଵର : ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ପରିସ୍ଥିତି ଆହୁରି ସରଗରମ ହୋଇଛି। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିଅର ଡାକ୍ତରମାନେ କାଲିଠାରୁ କଳା ବ୍ୟାଜ ପିନ୍ଧି ନିଜ କାର୍ଯ୍ୟ ସମ୍ପାଦନ କରିବେ। ଓଡ଼ିଶା ସରକାରୀ ଡାକ୍ତର ସଂଘ (ଓମସା)ର ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି ପ୍ରତିବାଦ କରାଯିବ ବୋଲି ଏସସିବି ଜୁନିଅର ଡାକ୍ତର ସଂଘର ସଭାପତି ସୂଚନା ଦେଇଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଗୀ ସେବା ଜାରି ରଖି ପ୍ରତୀକାତ୍ମକ ଭାବେ କଳା ବ୍ୟାଜ ପିନ୍ଧି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ସେହିପରି ଓସମା ପକ୍ଷରୁ ଉଠାଯାଇଥିବା ୧୦ ଦଫା ଦାବି ଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜୁନିଅର ଡାକ୍ତର ସଂଘ ଚେତାବନୀ ଦେଇଛି।
ଏହି ଘୋଷଣା ପରେ ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ଆଗାମୀ ଦିନରେ କେଉଁ ମୋଡ଼ ନେବ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।


