ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି (ଏଚଏଏମ୍) ଦିଲ୍ଲୀରେ ଏକ ପ୍ରମୁଖ ସଡ଼କ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି ଅନୁଯାୟୀ, ଜାତୀୟ ରାଜପଥ-୧୪୮ଏଇ (ଏନଏଚ୍-୧୪୮ଏଇ) ପାଇଁ ଏକ ୬-ଲେନ୍ ବିଶିଷ୍ଟ ସଡ଼କ ସୁଡ଼ଙ୍ଗ ନିର୍ମାଣ କରାଯିବ, ଯାହା ଦ୍ୱାରକା ଏକ୍ସପ୍ରେସୱେ (ଏନଏଚ୍ – ୨୪୮ବିବି) କୁ ବସନ୍ତ କୁଞ୍ଜସ୍ଥିତ ନେଲସନ ମାଣ୍ଡେଲା ମାର୍ଗ ସହ ସଂଯୋଗ କରିବ। ଏହି ସମ୍ପୂର୍ଣ୍ଣ ପ୍ରକଳ୍ପର ଲମ୍ବ ୮.୧ କିଲୋମିଟର ଏବଂ ଏହାର ମୋଟ ପୁଞ୍ଜି ବ୍ୟୟ ୬,୯୬୯.୬୭ କୋଟି ଟଙ୍କା ଆକଳନ କରାଯାଇଛି। ଏନଏଚ୍(ଓ) ଯୋଜନା ଅଧୀନରେ ଏହି ପ୍ରକଳ୍ପକୁ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ୍) ଜରିଆରେ କାର୍ଯ୍ୟକାରୀ କରାଯିବ।
ଏହି ପ୍ରକଳ୍ପ ପଶ୍ଚିମ ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଦ୍ରୁତ ସଂଯୋଗ ପ୍ରଦାନ କରିବ ଯାହା ୟୁଇଆର ୨ / ଦ୍ୱାରକା ଏକ୍ସପ୍ରେସୱେକୁ ଦକ୍ଷିଣ ଦିଲ୍ଲୀର ବସନ୍ତ କୁଞ୍ଜ ସହିତ ଯୋଡିବ । ଏହା ସହିତ ଗୁରୁଗ୍ରାମ, ଦ୍ୱାରକା, ଆଇଜିଆଇ ବିମାନବନ୍ଦର ଏବଂ ପଶ୍ଚିମ ଦିଲ୍ଲୀରୁ ଦକ୍ଷିଣ ଦିଲ୍ଲୀ ଆଡକୁ ଯାତାୟାତକୁ ଆହୁରି ଲାଭଦାୟକ କରିବ। ଭୂତଳ ଦ୍ୱୈତ-ଟ୍ୟୁବ୍ ଟନେଲ୍ ଭୂମି ଉପରେ ବାଧାକୁ କମ କରିବ, ଦକ୍ଷିଣ ଜଙ୍ଗଲ ଶୃଙ୍ଖଳକୁ ସଂରକ୍ଷିତ ରଖିବ (ଟନେଲ୍ ର ୧.୯୮ କିଲୋମିଟର ଜଙ୍ଗଲ ଶୃଙ୍ଖଳର ତଳ ଦେଇ ଯିବ)। ଏନଏଚଏଆଇ ମଧ୍ୟ ଏମ୍ସ ଏବଂ ମହିପାଳପୁର ମଧ୍ୟରେ ଉଚ୍ଚ କରିଡରର ପ୍ରସ୍ତାବ ଦେଉଛି। ଏହି ଲିଙ୍କ୍ ଟି ଟନେଲକୁ ବାରପୁଲ୍ଲା ଏଲିଭେଟେଡ୍ ରୋଡ୍ ସହିତ ସଂଯୋଗ କରିବ। ଏହା ଦ୍ୱାରା ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଗାଜିଆବାଦ ଏବଂ ନୋଏଡା ସହିତ ସଂଯୋଗ ହେବ।
ପ୍ରସ୍ତାବିତ ଟନେଲ୍ ରଙ୍ଗପୁରୀ (ଦକ୍ଷିଣ ଦିଲ୍ଲୀ) ଶୃଙ୍ଖଳ ଦେଇ ଯାଇଛି, ଯାହାକୁ ଏକ ଦ୍ୱୈତ-ଟ୍ୟୁବ୍ ସୁଡ଼ଙ୍ଗ ଭାବରେ ଡିଜାଇନ୍ କରାଯାଇଛି (ଟିବିଏମ୍ ମାଧ୍ୟମରେ ନିର୍ମାଣ କରାଯିବ)। ଶିବମୂର୍ତ୍ତି ଇଣ୍ଟରଚେଞ୍ଜରୁ ବାହାରି ନେଲସନ୍ ମାଣ୍ଡେଲା ମାର୍ଗ ଏବଂ ମହିପାଳପୁର ଛତରପୁର ରୋଡ୍ ଛକ ପୂର୍ବରୁ ଶେଷ ହେବ।
ଏହି ଛକରେ ଭିଡ଼ କମ କରିବା ପାଇଁ ନେଲସନ୍ ମାଣ୍ଡେଲା ମାର୍ଗ ସହିତ ଏକ ଉଚ୍ଚ ରାସ୍ତା (୧.୮ କିଲୋମିଟର) ମଧ୍ୟ ପ୍ରସ୍ତାବିତ। ଛତରପୁରରୁ ମହିପାଳପୁର ଆଡକୁ ଅତିରିକ୍ତ ଫ୍ଲାଏଓଭର ମଧ୍ୟ ପୂର୍ବ ଫ୍ଲାଏଓଭର ସହିତ ପ୍ରସ୍ତାବିତ ଅଛି। ଛତରପୁର ଅଭିମୁଖେ ଡାହାଣ ଆଡକୁ ଯାତାୟାତକୁ ସୁବିଧାଜନକ କରିବା ପାଇଁ, ଏକ ଉଚ୍ଚ ବୁଲାଣି ମଧ୍ୟ ହେବାର ପ୍ରସ୍ତାବ ରହିଛି।
ମୁଖ୍ୟ କ୍ୟାରେଜୱେର ଲମ୍ବ ୬.୩ କିଲୋମିଟର। ମହିପାଳପୁର ଛତରପୁର ରୋଡ୍ ସହିତ ପ୍ରସ୍ତାବିତ ଫ୍ଲାଏଓଭର ଏବଂ ଉଚ୍ଚ ବୁଲାଣିକୁ ବିଚାରକୁ ନେଲେ, ମୋଟ ପ୍ରକଳ୍ପର ଲମ୍ବ ୮.୧୦୦ କିଲୋମିଟର ରହିଛି, ଯେଉଁଥିରେ ୩.୧୪୦ କିଲୋମିଟର ଟନେଲ୍, ୦.୯୮୦ କିଲୋମିଟର ଟନେଲ୍ ଆପ୍ରୋଚ୍ ରାମ୍ପ, ୦.୫୫୪ କିଲୋମିଟର ଆରଇ ୱାଲ୍ ସହିତ ଆପ୍ରୋଚ୍, ୨.୫୫୬ ଉଚ୍ଚ ଅଂଶ ଏବଂ ୦.୮୭୦ କିଲୋମିଟର ଆଟ୍ – ଗ୍ରେଡ୍ ରାସ୍ତା ଅନ୍ତର୍ଭୁକ୍ତ।
ଏହା ଆକଳନ କରାଯାଇଛି ଯେ ଜାତୀୟ ରାଜପଥର ପ୍ରତ୍ୟେକ ଲେନ୍-କିଲୋମିଟରର ବିକାଶ ହାରାହାରି ୨୬୪ ମାନବ-ଦିବସ/ପ୍ରତ୍ୟକ୍ଷ ନିଯୁକ୍ତି ଦିବସ ଏବଂ ହାରାହାରି ୫୫ ମାନବ ଦିବସ/ପରୋକ୍ଷ ନିଯୁକ୍ତି ଦିବସ ସୃଷ୍ଟି କରେ। ତେଣୁ, ଏହି ପ୍ରକଳ୍ପ ପ୍ରାୟ ୭.୫୪ ଲକ୍ଷ ମାନବ-ଦିବସ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୯.୮୦ ଲକ୍ଷ ମାନବ-ଦିବସ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ପ୍ରସ୍ତାବିତ ଉଚ୍ଚ ଗତି ସମ୍ପନ୍ନ କରିଡର ନିକଟବର୍ତ୍ତୀ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ହେତୁ ଏହି ପ୍ରକଳ୍ପ ଅତିରିକ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।


