ଝାରସୁଗୁଡ଼ା: ଦୀର୍ଘ ୨୩ ବର୍ଷର ଅପେକ୍ଷା ପରେ ୨୦୦୩ ମସିହାର ଏକ ସମ୍ବେଦନଶୀଳ ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ। ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ।
ମାମଲା ଅନୁସାରେ, ଦୁଇ ଜଣଙ୍କୁ ଅଟକ ରଖି ମାଡ଼ ମାରିବା ସହ ଗାଁରେ ଉଲଗ୍ନ କରି ବୁଲାଇଥିବା ଅଭିଯୋଗ ରହିଥିଲା। ଦୀର୍ଘ ବିଚାର ପ୍ରକ୍ରିୟା ପରେ ଝାରସୁଗୁଡ଼ା ସିନିୟର ସିଭିଲ ଜଜ୍ (ମହିଳା କୋର୍ଟ) କମ୍ ଜେଏମଏଫସି ମାମଲାର ରାୟ ଶୁଣାଇ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।


